ମୟୂରଭଞ୍ଜ,୧୨/୯(ଡି.ଏଚ୍ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ପିନ୍ଧିଥିବା ଏକ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିରୋଧୀ ତାଙ୍କୁ ଘେରିବା ସହ ଜିଲ୍ଲାପାଳ ନିଜ ପଦମର୍ଯ୍ୟାଦା ଭୁଲି ସରକାରୀ ଦଳର ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ଆଣିଛନ୍ତି। ଫଳରେ ବିଜେଡିର ବହୁ ଯୁବ ଓ ଛାତ୍ର ନେତା ସାମାଜିକ ଗଣମାଧ୍ୟମରେ ଜିଲ୍ଲାପାଳଙ୍କ ସମର୍ଥନରେ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି।