କୁକୁଡାଖଣ୍ଡି,୦୭/୯(ଇ ରଞ୍ଜନ):-କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମ ରେ ଶାନ୍ତି କମିଟି ଜରିଆ ରେ ଶାନ୍ତି କୁ ଫେରେଇ ଆଣିବା ପୁଲିସ ଓ ଜନ ପ୍ରତିନିଧି ମାନଙ୍କ ମିଶନ ଫେଲ ମାରିଛି l ଗତ ଜୁନ ମାସ ରେ ହୋଇଥିବା ସବର୍ଣ୍ଣ ଓ ଅସବର୍ଣ୍ଣ ଗଣ୍ଡଗୋଳ କୁ କେନ୍ଦ୍ର କୁ ନେଇ ପୁଲିସ ଗ୍ରାମ ରେ ଅପ୍ରୀତିକର ପରିସ୍ଥିତି ରୋକିବା କୁ ନେଇ ୫ ଦିନ ଧରି ମୂର୍ତୟନ ହୋଇଥିବା ବେଳେ ଯାତ୍ରା କୁ ଦୃଷ୍ଟି କୁ ନେଇ ଶାନ୍ତି କମିଟି ଜନ ପ୍ରତିନିଧି ଚୟନ କରିଥିଲେ ସମସ୍ତ ଦିନ ମାନଙ୍କ ରେ ଶାନ୍ତି ବଜାୟ ରୋକିବା କୁ ଉଦ୍ୟମ କରାଯାଇଥିଲା ପରେ ଉକ୍ତ କମିଟି ସୁପାରିଶ କ୍ରମେ ଗ୍ରାମ ରେ ରଜ ସଂକ୍ରାନ୍ତି ପାଳନ ହୋଇଥିଲା l ଶାନ୍ତି କମିଟି ଚୟନ ସ୍ୱତେ ବି ୫ ମାସ ବିତିନଥିବା ବେଳେ ବହୁ ବାର ଗଣ୍ଡଗୋଳ ପରିସ୍ଥିତି ଉପୁଜିବା ପରିଲକ୍ଷିତ ହୋଇଛି l ଗ୍ରାମ ରେ ସୋମବାର ସନ୍ଧ୍ୟା ରେ ପୂର୍ବ ଶତ୍ରୁତା କୁ ନେଇ କମାପଲ୍ଲୀ ଓ ବଡ଼ ହରିଜନ ସାହି ୨ ହରିଜନ ସାହି ମଧ୍ୟରେ ଗୋଷ୍ଠୀ ବିବାଦ ଘଟି କମାପଲ୍ଲୀ କିଛି ଯୁବକ ଙ୍କ ଆକ୍ରମଣ ରେ ବଡ଼ ହରିଜନ ସାହିର ନାରାୟଣ ଦାସ ନାମକ ଯୁବକଙ୍କ ମୁଣ୍ଡ କୁ ଆକ୍ରମଣ ହୋଇ ମୁଣ୍ଡ ରେ ଶକ୍ତ ଆଘାତ ବାଜିଥିଲା l ଏନେଇ ଥାନା ରେ ଅଭିଯୋଗ ହୋଇ ମାମଲା ରୁଜୁ ହୋଇଛି l ମଙ୍ଗଳବାର ରାତ୍ର ରେ ବଡ଼ ହରିଜନ ସାହି ସାଇକେଲ କଟିଙ୍ଗ କରୁଥିବା ସମୟରେ କେ ଉମା ଦାସ ନାମକ ଯୁବକ ଙ୍କୁ ବାଜିଥିଲା ଯାହା ଫଳ ରେ ସେ ଏହା କୁ ବିରୋଧ କରିବା ରୁ ବସ୍ତି ରୁ କିଛି ଯୁବକ ଆସି କେ ଉମା ଦାସ ଙ୍କ ଆକ୍ରମଣ କରିଥିଲେ ଉମାର ରକ୍ତ ବହିବା ରୁ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ ନିଆଯାଇଥିଲା l ପରେ ଉମା ଙ୍କ ମା ଏନେଇ ଥାନା ରେ ଅଭିଯୋଗ କରିଥିଲେ ଥାନା ରେ ୨୮୭/୨୩ ମାମଲା ରୁଜୁ କରି ପୁଲିସ ହରିଜନ ସାହି କୁ ତଦନ୍ତ ନିମନ୍ତେ ଯାଇଥିବା ବେଳେ ଉକ୍ତ ସାହି ର ବହୁ ମହିଳା ପୁଲିସ ତଦନ୍ତ ରେ ଯାଇଥିବା ବେଳେ ଘେରି ଯାଇ ବାଧା ସାଜିବା ରୁ କାହାରି କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ରେ ବାଧା ଉପୁଜୁଥିବା ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି l