କବିସୂର୍ଯ୍ୟନଗର,୦୫/୯(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଙ୍କଳବାଡ଼ି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ସଂପର୍କୀୟ ଭାଇକୁ ହତ୍ୟା । ଦୁଇ ଜଣଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇ ଥିବାବେଳେ ମୃତକମାନେ ହେଲେ, ସେହି ଗ୍ରାମର ମିଥୁନ୍ ଭୂୟାଁ ଓ ତାଙ୍କ ମାଉସୀ ପୁଅ ଭାଇ ତଥା ହିଞ୍ଜିଳିକାଟୁ ଥାନା ନୂଆଗଡ଼ ଗ୍ରାମର ଲିପୁନ୍ ସ୍ବାଇଁ।ଏବଂ କବିସୂର୍ଯ୍ୟନଗର ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।