ଶିମିଳିପାଳ,୦୪/୯(ଡି.ଏଚ୍ ବ୍ୟୁରୋ):-ଶିମିଳିପାଳ ଜାତୀୟ ଉଦ୍ୟାନରେ ଠାବ ହେଲା ୧୧୧୫ ଫୁଟର ଜଳପ୍ରପାତ l ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ ୫ କି.ମି ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଆକର୍ଷଣୀୟ ଜଳପ୍ରପାତ ଠାବ କରାଯାଇଛି l ୬ସ୍ତର ବିଶିଷ୍ଟ ଏହି ଜଳପ୍ରପାତର ୪ଟି ସ୍ତର ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ରର ସବୁଜ ଆବରଣ ଭିତରେ ଲୁଚି ରହିଛି।