କୁକୁଡାଖଣ୍ଡି,୦୨/୯(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ହନୁମାନ ମନ୍ଦିର ଠାରୁ ନିମଖଣ୍ଡି,ରତ୍ନପୁର ଏବଂ ବୋରିଗାଁ ବରପଲ୍ଲୀ,ମହୁଲପଲ୍ଲୀ ଦୟାପଲ୍ଲୀ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତା ଅବସ୍ଥା ଶୌଚନୀୟ ଅବସ୍ଥାରେ ପଡିଥିବା ବେଳେ ରାସ୍ତା ଉପରେ ଦୈନିକ ପ୍ରାୟ ୧0ଖଣ୍ଡ ଗ୍ରାମର ହଜାର ହଜାର ଲୋକ ଯାତାୟତ ଉପରେ ନିର୍ଭର ଯୋଗ୍ୟ ରହିଥାନ୍ତି l ବହୁବାର ଅଭିଯୋଗ ପରେ ଏହି ରାସ୍ତାର ପ୍ରଶସ୍ତିକରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ପଡିଥିଲା l ରୋଡ଼ କାର୍ଯ୍ୟ ନିର୍ମାଣ ନିମନ୍ତେ ୧୯ କୋଟିରୁ ଉର୍ଦ୍ଧ ଟଙ୍କା ମଞ୍ଜୁର ହୋଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ଏହି କାର୍ଯ୍ୟ ସୁଚାରୁ ରୂପେ କାର୍ଯ୍ୟକ୍ଷମ କରିବା ପ୍ରତିଶୃତି ଦେଇ ଜିଲ୍ଲା ବାହାରୁ ଆସିଥିବା କେବିଏନ କଣ୍ଟ୍ରକ୍ସନ ନାମକ ସଂସ୍ଥାକୁ ରୋଡ଼ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରିବା ଲକ୍ଷ୍ୟକୁ ନେଇ ଉକ୍ତ ଠିକା ସଂସ୍ଥା ହାତକୁ ଦିଆଯାଇଥିଲା

କିନ୍ତୁ ଉକ୍ତ ସଂସ୍ଥାର ଦାୟିତ୍ୱବୋଧ କିଛି ନଥିବା ବହୁ ମନ୍ଥରଗତିରେ ରୋଡ଼ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି l ଏ ନିମନ୍ତେ ପ୍ରାଥମିକ ପର୍ଯ୍ୟା ରେ କେବିଏନ ନାମକ ଠିକା ସଂସ୍ଥା ରୋଡ଼ କାର୍ଯ୍ୟ ନିମନ୍ତେ ତତ୍ପର ଦେଖାଇଥିଲା l ରାସ୍ତା ଖନନ କରି ମେଟଲ ଡଷ୍ଟ ଡାଳି ଅନିୟମିତତାରେ କାର୍ଯ୍ୟ ସାରିଦେବା ଲକ୍ଷ୍ୟ ମଧ୍ୟ ପୁରୁଣରେ ଅସମର୍ଥ ହୋଇଥିଲା l ଯେଉଁ ମେଟାଲ ଡଷ୍ଟ ରାସ୍ତାରେ ପଡିଥିଲା ତାହା ବହୁ ମାତ୍ରାରେ ବର୍ଷାପାଣି ରେ ଧୋଇ ହୋଇଚାଲିଯାଉଛି l ଦି ରେ ଧୂଳି ଦୁଷର ହୋଇ କୁହୁଡି ସଦୃଶ୍ୟ ପାଲଟିଛି l ପ୍ରତେକ ଦିନ ଉକ୍ତ ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ ଡଷ୍ଟ ବାୟୁମଣ୍ଡଳରେ ଉଡିବାରୁ ଯାତାୟାତ ଏବଂ ସ୍ଥାନୀୟ ଲୋକ ଲୋକେ ଅତିଷ୍ଟ ହୋଇ ଆଜି ନିମଖଣ୍ଡି ସରପଞ୍ଚ ଶଶୀ ବେହେରାଙ୍କ ଡାକରା କ୍ରମେ ବହୁ ଜନ ପ୍ରତିନିଧି ଧାରଣା ସ୍ଥଳରେ ସମାଗମ ହୋଇଥିଲେ l ଶୀଘ୍ର ରାସ୍ତା କାର୍ଯ୍ୟକ୍ଷମ ନିମନ୍ତେ ନିମଖଣ୍ଡି ରାଜୀବ ନଗର ଠାରେ ଅନିର୍ଦ୍ଧିଷ୍ଟ କାଳ ନିମନ୍ତେ ପାଲଟାଣି ବସିଥିବା ବେଳେ ବହୁ ଲୋକ ଏଥିରେ ଜଡିତ ହୋଇ ଶାନ୍ତି ପୁର୍ଣ ଭାବେ ବସିଥିବା ବେଳେ ଘଟଣା ସ୍ଥଳରେ ରାସ୍ତା ଓ କୋଠା ବାଡ଼ି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ ଏବଂ କନିଷ୍ଟ ଯନ୍ତ୍ରୀ ନିବେଦିତା ସେଠି ଧାରଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କ ସମେତ ଜନ ପ୍ରତିନିଧି ମାନଙ୍କୁ ବୁଝା ସୁଜା କରିଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ ହୋଇ ରୋଡ଼ କାର୍ଯ୍ୟ ଶୀଘ୍ର ସାରିବା କୁ ଜିଦ ରେ ଅଡିବସିରହିଥିଲେ l ବିଭାଗୀୟ ଯନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନରେ ଘାଇଲା ହେଲେ ବିଭାଗୀୟ ଯନ୍ତ୍ରୀ କରିଥିଲେ ଠିକା ସଂସ୍ଥାର ଦୟନୀୟ କାର୍ଯ୍ୟକୁ ନେଇ କଡା ସମାଲୋଚନା କରିଥିଲେ l

ଉକ୍ତ ରୋଡ଼ରେ ବିଭାଗୀୟ ଯନ୍ତ୍ରୀ କିମ୍ବା ମନ୍ତ୍ରୀ ଗ୍ରସ୍ତ କରିଥିଲେ ଅସୁବିଧା କଣ ଜାଣିପାରିଥାନ୍ତେ l ସହର ତୋଳି ଅଞ୍ଚଳ ରେ ଏପରି ରାସ୍ତା ଘାଟ ବ୍ୟବସ୍ଥା ଉପରେ ବିଭାଗ ସ୍ୱଚ୍ଛତା ଉପରେ ପ୍ରଶ୍ନବାଛି କରିଥିଲେ l ଏହି ରୋଡ଼ ଉପରେ ଦୈନିକ ହଜାର ହଜାର ନିର୍ମାଣ ଶ୍ରମିକ,ଗର୍ବବତୀ ଓ ବିଭିନ୍ନ ପ୍ରକାର ରୋଗୀ,କଲେଜ ଛାତ୍ରଛାତ୍ରୀ, ସମେତ ସରକାରୀ କର୍ମଚାରି ଉକ୍ତ ମେଟଲ ରୋଡରେ ବ୍ରହ୍ମପୁର ଯାତାୟାତରେ ଘାତପ୍ରତିଘାତ ରେ ସମ୍ମୁଖୀନ ହୋଇ ବେଳେ ବହୁ ଲୋକ ଦୃଘଟଣା ରେ ଗୁରୁତର ଆଘାତ ହେଉଥିବା ସହ ଏବଂ ଅବାଦ ଧୂଳି ନାକ ପାଟି ଦ୍ୱାରା ପ୍ରବେଶ ହୋଇ ନାହିଁ ନଥିବା ଅସୁବିଧାରେ ରେ ସାମ୍ନା କରୁଥିବା କହିଛନ୍ତି l ସରକାର ଏହି ରୋଡ଼ ବିକାଶ ନିମନ୍ତେ ଟଙ୍କା ଯୋଗାଇଥିଲେ ମଧ୍ୟ କାହିଁକି ଠିକା ସଂସ୍ଥା ମନମାନି କାର୍ଯ୍ୟ କରୁଛି ବିଭାଗ କୌଣସି ଦୃଷ୍ଟି ଦେଇନଥିବାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ମନ୍ଥରଗତି ଧିମା ଅବସ୍ଥା ରେ ଚାଲିଥିବା ଲୋକେ ଅସୁବିଧା ରେ ଜନପ୍ରତିନିଧି ମାନଙ୍କୁ ଗାଳି କରୁଥିବା କହିଛନ୍ତି l ଏହି ଟେଣ୍ଡର ପ୍ରଣାଳୀ ବାହାର କରି ପୁନଃ ରାସ୍ତା କାର୍ଯ୍ୟକ୍ଷମ ହେବା ପାଇଁ ୬ ମାସ ବିତିବା ଆଶଙ୍କା କରାଯାଇଛି l ଇତି ମଧ୍ୟରେ ଗ୍ରାମବାସି ମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ତାଗିତ କରିଥିଲେ l ବିଭାଗ ବାଧ୍ୟ ହୋଇ ଠିକା ସଂସ୍ଥାର ଟେଣ୍ଡର ନାକଚ କରିବା ସହ ୫ ଦିନ ମଧ୍ୟରେ କାର୍ଯ୍ୟାଳୟ ପ୍ରଣାଳୀ ରେ ହାଲକା କାର୍ଯ୍ୟ କରି ସମ୍ପୂର୍ଣ କାର୍ଯ୍ୟ ନଭେମ୍ବର ପ୍ରଥମ ସପ୍ତାହ ରେ ପିଚୁ କାର୍ଯ୍ୟ ସାରିବା କୁ ଲିଖିତ ପ୍ରତିଶୃତି ଦେବା ପରେ ଧାରଣାରୁ ହଟିଥିଲେ ଅଞ୍ଚଳର ୫ ସରପଞ୍ଚ ଙ୍କ ସମେତ ୨ ସମିତି ସଭ୍ୟ ଓ ପ୍ରତିନିଧି ଅଞ୍ଚଳ ବାସି ଏହି ଧାରଣା ସ୍ଥଳରେ ଲୋଚାପଡା ସରପଞ୍ଚ ଏଲ ମୋହନ ଦାସ ସମିତିସଭ୍ୟ ଚଣ୍ଡୀଚରଣ ସାହୁ, ବୋରିଗାଁ ସରପଞ୍ଚ ସସ୍ମିତା ସାହୁ ଏବଂ ବାବୁଲା ସାହୁ,ଜଗଦଳପୁର ସରପଞ୍ଚ କ୍ରାନ୍ତି ଦେବି, ମସିହାଖାଲି ସରପଞ୍ଚ କେ.ବୁଲୁ ସମିତି ପ୍ରତିନିଧି କେ.ଲକ୍ଷ୍ମୀ ନାରାୟଣ,ସରପଞ୍ଚ ସଭାପତି ବୈଶିଷ୍ଟ୍ୟ ଜେନା,ନିମଖଣ୍ଡି ଓ ଜଗଦଳପୁର ପୂର୍ବତନ ସରପଞ୍ଚ ପ୍ରଦୀପ ବେହେରା, ଏଲ. ପୁରୁଷୋତ୍ତମ ପାତ୍ର, ବିଜେପି ନେତା ମହନ୍ତ ଚିନ୍ମୟନନ୍ଦ ଦାସ, ଗଣେଷ ବେହେରା, ବିନାୟକ ପାଠାଗାର ସଭାପତି ସନ୍ତୋଷ ପଟ୍ଟନାୟକ, ତ୍ରିପତି ଦାସଙ୍କ ସମେତ ବହୁ ଲୋକ ସାମଗମ ହୋଇ ଦାବି ଜଣାଇଥିଲେ ପ୍ରତିଶୃତି ମିଳିବା ପରେ ଧାରଣା ରୁ ହଟିଥିଲେ l କଂଗ୍ରେସ ନେତା ସାକା ସୁଜିତ କହିଛନ୍ତି ଏହି ଧାରଣା ବିଜେଡି ଅଞ୍ଚଳ ରେ କିପରି କାର୍ଯ୍ୟକ୍ଷମ ହେଉନି କିପରି ରାଜନୀତି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି