ଭୁବନେଶ୍ୱର,୨୮/୮(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ୱର କମିସନରେଟ୍ ପୁଲିସ ସିବିଆଇ ରେଡ୍ ବାହାନାରେ ଘରେ ପଶି ଟଙ୍କା ଓ ଗହଣା ଲୁଟି ନେଇଥିବା ୯ ଜଣିଆ ଡକାୟତ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି । ଏବଂ ସେମାନଙ୍କଠାରୁ ନଗଦ ୧କୋଟି ୨ଲକ୍ଷ ଟଙ୍କା, ଗୋଟିଏ ସୁନା ହାର, ଗୋଟିଏ ଚେନ୍, ୪ଟି ମୁଦି ଓ ହଳେ କାନଫୁଲ ଜବତ କରିବା ସହ ଏକ ଅଟୋମେଟିକ୍ ପିସ୍ତଲ ମଧ୍ୟ ଜବତ କରିଛି।