କୁକୁଡାଖଣ୍ଡି,୨୮/୮(ଇ ରଞ୍ଜନ):-ଦିଗପହଣ୍ଡି ଖେମୁଣ୍ଡି କଲେଜ ପଡିଆ ରେ କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଲକ ର ଅଭିଯୋଗ ଶୁଣାଣିରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ l ଓଡିଶାର ବିକାଶ ଦିଗରେ ମିଶନଶକ୍ତି ମା ମାନଙ୍କର ଭୂମିକା ବେଶ ପ୍ରଶଂସନୀୟ କାର୍ଯ୍ୟ କହି ମଞ୍ଚରେ ଅଭିହିତ କରି ପ୍ରଶଂସା ସାଉଁଟିଥିଲେ ପ୍ରଶାସନିକ ଅଧିକାରୀ ଭିକେ ପାଣ୍ଡିଆନ । ସେଥିପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର କୋଟି କୋଟି ମହିଳାମାନଙ୍କ ପଞ୍ଚରେ ପ୍ରଶଂସା କାର୍ଯ୍ୟ କରୁଥାନ୍ତି । ତାଙ୍କର ମୂଖ୍ୟ ଲକ୍ଷ୍ୟ ଓଡିଶାର ମିଶନଶକ୍ତି ମା ମାନଙ୍କ ଅର୍ଥନୈତିକ ଉନ୍ନତି କରି ଆଗକୁ ଉର୍ନତି ଆଡକୁ ଅଗ୍ରଗତି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରୁଥାନ୍ତି । ସେ ଯେତେବେଳେ ପ୍ରଥମକରି ମୂଖ୍ୟମନ୍ତ୍ରୀ ଭାବେ ଦାୟୀତ୍ବ ଗ୍ରହଣ କଲେ ସେତେବେଳେ ତାଙ୍କର ମହିଳା ମାନେ କିପରି ସ୍ୱାଭିଲମ୍ବୀ ହେବେ ସ୍ବପ୍ନ ରହିଥିଲା ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । । ଆଗାମୀ ଦିନ ମାନଙ୍କରେ ବିକାଶ ଦିଗରେ ଅଗ୍ରଗତି ନେଇ ପହଂଚିବା ଆରମ୍ଭ କରିଥିଲେ । ଘରର କାନ୍ଥ ଚତୃପାର୍ଶ୍ଵରେ ଥିବା ମହିଳାମାନଙ୍କୁ ପଦାକୁ ବାହାରି କିଭଳି ନିଜର ପରିବାର ପ୍ରତିପୋଷଣ କରି ଅନ୍ୟ ମହିଳାଙ୍କୁ ସ୍ୱାବଲମ୍ବୀ କରି ଆଗକୁ ଯିବାକୁ ସରକାର ସମସ୍ତ ସମୟରେ ମହିଳାଙ୍କୁ ପ୍ରତ୍ସାହନ ଯୋଗାଇଥାନ୍ତି । ରାଜ୍ୟ ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଗ୍ରହଣ କରାଯାଇ । ରାଜ୍ୟର ୭୦ ଲକ୍ଷ ମଳିଳା ଏହି ଗୋଷ୍ଠୀରେ ଯୋଡି ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ମିଶନଶକ୍ତି ମହିଳାମାନେ ଭଲ କାମ କରୁଛନ୍ତି । ଜିଲ୍ଲାରେ ଗତ ବର୍ଷ ୩୧ହଜାର ୭୦୦ ମିଶନଶକ୍ତି ମହିଳାମାନଙ୍କୁ ହଜାରେକୋଟି ଟଙ୍କା ଋଣ ଦିଆଯାଇଛି । ସେହି ଗୁଣରେ ସେମାନଙ୍କ ରୋଜଗାର ବୃଦ୍ଧି କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେମାନଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଗଂଜାମ୍ ଜିଲ୍ଲାର ମା ମାନେ ୩ ଲକ୍ଷ ୫୦ହଜାର ଟଙ୍କା ରୁଣ ନେଇଥିବା ବେଳେ ବାକି ୧ଲକ୍ଷ ୫୦ହଜାର ବ୍ୟାଙ୍ଗ୍ରେ ରହିଯାଇ ଦେବା ନିମନ୍ତେ ବ୍ୟବସ୍ଥା ଚାଲିଛି ।

ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କା ପରିବର୍ତ୍ତେ ୧୦ ଲକ୍ଷ ଟଙ୍କା ଋଣ ଦେବା ପାଇଁ ନିଷ୍ପତି ନେଇଛନ୍ତି । ପୂର୍ବରୁ ମା ମାନେ ବିଭିନ୍ନ ଗଛ ଛାଇରେ ବସି ସଭାସମିତି କରୁଥିଲେ । ଏବେ ପଂଚାୟତରେ ଅଲୋଡା ଅବସ୍ଥାରେ ଥିବା କୋଠା ଗୁଡିକୁ ବ୍ୟବହାର କରି ସେମାନେ ନିଜର କାର୍ଯ୍ୟାଳୟ କରିପାରିବେ ବୋଲି ୫ଟି ସଚିବ ଭି.ଜେ ପାଣ୍ଡିଆନ ଦିଗପହଣ୍ଡି ଗ୍ରସ୍ତରେ ଆସି ମଂଚରେ ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ । ପ୍ରଥମେ ଜୟଜଗନ୍ନାଥ ଧ୍ୱନି ଦେଇ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ । ବକ୍ତବ୍ୟ ମଝିରେ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ଭି.କେ.ପାଣ୍ଡିଆନ ମହିଳାମାନଙ୍କ ସହିତ ଭାବ ବିନିମୟ କରିଥିଲେ । ତାଙ୍କର ଗ୍ରସ୍ଥ କାର୍ଯ୍ୟକ୍ରମ ମଧ୍ୟାହ୍ଣ ୧୨.୪୦ ମି ସମୟରେ ଦିଗପହଣ୍ଡି ଗ୍ରସ୍ତଥିବା ବେଳେ ଶ୍ରୀ ପାଣ୍ଡିଆନ ବହୁ ବିଳମ୍ବରେ ପହଂଚି ଥିଲେ l ସାନଖେମୁଣ୍ଡି ବ୍ଲକ କାର୍ଯ୍ୟ ସାରି ଦିଗପହଣ୍ଡି ରେ ପହଂଚିଲା ବେଳକୁ ୧.୪୫ ମିନିଟ୍ ହୋଇଥିଲା । ମହିଳା ମାନେ ଶୋଷ ମେଣ୍ଟlଇ ସଚିବଙ୍କୁ ଅପେକ୍ଷl କରି ବସିଥିଲେ । ସଚିବଙ୍କ ହେଲିପେଡ୍ ରେ ଅବତରଣ କରିଥିବା ସ୍ଥାନରେ ବ୍ୟାପକ ସୁରକ୍ଷl ଦୃଷ୍ଟିକୁ ନେଇ ପୁଲିସ ମୂର୍ତୟନ କରାଯାଇଛି ପୁଲିସ ଛାଉଣୀରେ ସଚିବ ପାଣ୍ଡିଆନ ସଭାସ୍ଥଳକୁ ଆସିଥିଲେ । ସେଠାରେ ମିଶନ ଶକ୍ତି ମହିଳା ମାନେ ତାଙ୍କ ଉପରେ ପୃଷ୍ପଗୁଚ୍ଛ ଦେଇ ବଭ୍ୟ ସମ୍ବର୍ଦ୍ଧନା କରିଥିଲେ l ସଭା ଚତୃପାର୍ଶ୍ୱରେ ଥିବା ମହିଳାମାନଙ୍କୁ ଭେଟି ହସ୍ତ ମିଳନ କରିଥିଲେ ।ମହିଳାମାନେ ତାଙ୍କ ଉପରେ ଫୁଲ ପକାଇ ସ୍ବାଗତ କରିଥିଲେ । ପରେ ରାଜ୍ୟ ର ପ୍ରଗତି ଉପରେ ବକ୍ତବ୍ୟ ରଖିଥିଲେ । ତାଙ୍କ ବକ୍ତବ୍ୟର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଚାଷୀଭାଇମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଦୁଇଟି ଐତହାସିକ ନିଷ୍ପତି ନେଇଛନ୍ତି । ବିନାସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୁଣ ପ୍ରଦାନ ସହ ବିନା ପ୍ରମିୟମ୍ରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତି ଗ୍ରହଣ କରିବାପାଇଁ କହିଥିଲେ । ଫସଲକୁ ବୀମା ଭୁକ୍ତ କରିବା ପାଇଁ ଚାଷୀଙ୍କୁ ପ୍ରତ୍ୟେକବର୍ଷ ପ୍ରିମିୟମ୍ ଦେବାକୁ ପଡୁଥିଲା । ଏବେ ଆଉ ତାହା ଦେବାକୁ ପଡିବ ନାହିଁ ବୋଲି ସରକାର ନିଷ୍ପତି ନେଇଛ । ଏହିକ୍ରମରେ ଗଞ୍ଜାମ ଜିଲ୍ଲାରେ ୧ଲକ୍ଷ ୨୫ ହଜାର ଚାଷୀ ଏହି ଯୋଜନାରେ ସାମିଲ ହୋଇଥିବା ୫ଟି ସଚିବ ମଂଚରେ ସୂଚନା ଦେଇଥିଲେ । ଜିଲ୍ଲାରେ ମିଶନଶକ୍ତି ର ପ୍ରଭାବ ବୃଦ୍ଧି ପାଉଥିବା ଯୋଗୁଁ ବ୍ୟାଙ୍ଗମାନେ ସେମାନଙ୍କୁ ତୃଣମୂଳ ସ୍ତର ରେ ଋଣ ଦେବା ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ କଲେଣି । ଏଣୁ ମା ମାନେ ଆକରି ଭଲ କାମ କରିବା ଦରକାର କହିଥିଲେ । ୫ ଟି ସଚିବଙ୍କ ହେଲିପେଡ ଗ୍ରସ୍ତ ବେଳେ ଦିଗପହଣ୍ଡି ବିଜେପି କଳା ପତ୍ତାକା ଦେଖାଇବା ସହ ଗରିବ ରାଜ୍ୟ ରେ ସଚିବ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଜିଲ୍ଲା ଓ ବ୍ଲକ କାହିଁକି ନିଜ ଇଚ୍ଛା ମୁତାବକ ବ୍ରହ୍ମଣ କରୁଛନ୍ତି କହି ବିଜେପି ଏହାକୁ କଡା ସମାଲୋଚନା କରି ବିରୋଧ କରିଥିବା ଜଣାପଡିଛି l ଏହି ସମୟରେ ବିଜେପି ଓ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ପୋଲିସ ଉପସ୍ଥିତରେ ଠେଲାପେଲା ହୋଇ ବହୁ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ରହିଛି l ଏନେଇ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ବିଜେପି ଓ ବିଜେଡି ଅଭିଯୋଗ କରିଥିବା ସୂଚନା ମିଳିଛି l ବହୁ ଲୋକ ସାମଗମ ହୋଇଥିବା ବେଳେ ଭୋକରେ ମହିଳା ଆସିଥିବାରୁ କିଛି ମହିଳା ମାନେ ଆୟୋଜନ କରିଥିବା ନେତାଙ୍କୁ ବିରୋଧ କରିଥିଲେ l ବିଜେପି ବିରୋଧ ସମର୍ଥିତ ବହୁ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖି ଛାଡିଥିବା ଜଣାପଡିଛି l