ଭୁବନେଶ୍ବର,୨୩/୮(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ବର କଣ୍ଟାବାଡ଼ ନିକଟସ୍ଥ ଏକ ଅନଲାଇନ ପାର୍ସଲସ୍ କମ୍ପାନିରୁ ଚୋରି l ଏବଂ ଚୋରି ଅଭିଯୋଗରେ ଚନ୍ଦକା ଥାନା ପୁଲିସ କମ୍ପାନିର ୫ ଜଣ କର୍ମଚାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୪ଟି ଦାମୀ ମୋବାଇଲ୍, ୨ ଟି ଲାପଟପ ଓ ବିପୁଳ ପରିମାଣର ପୋଷାକପତ୍ର ଜବତ କରିଛି। ସେମାନେ ହେଲେ ଦୀପକ ପରିଡ଼ା, ସରୋଜ ନନ୍ଦ ଦାସ, ପବିତ୍ର ମୋହନ ଦାସ, ରାଜା ନାୟକ ଓ ପ୍ରକାଶ ଚନ୍ଦ୍ର ନାୟକ।