ନୂଆଦିଲ୍ଲୀ,୨୦/୮(ଡି.ଏଚ୍ ବ୍ୟୁରୋ):-ଉତ୍ତର ଭାରତ ଲେହ ଜିଲ୍ଲାର ଲଦାଖରେ ଏକ ସେନା ଗାଡ଼ି ଗଭୀର ଖାଇକୁ ଖସିପଡ଼ିବା ଫଳରେ ଜଣେ ଜେସିଓ ଏବଂ ୮ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ଯବାନ ଆହତ ହୋଇଛନ୍ତି । ସେନାର ଏକ ଗାଡ଼ିମାଳା କାରୁ ଗାରିସନ୍ରୁ ଲେହର କ୍ୟାରୀକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ।