କୋଦଳା,୧୭/୮(ସୂର୍ଯ୍ୟ ନାରାୟଣ ବଡୁ):-ଶିକ୍ଷା ସଚେତନତା ରଥ ମାଧ୍ୟମରେରେ ଶତ ପ୍ରତିଶତ ନାମ ନମୋଦ ଓ ଶିକ୍ଷା ପ୍ରତି ସମସ୍ତଙ୍କ ଆଗ୍ରହ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଓ ନୂତନ ଶିକ୍ଷା ନୀତି ୨୦୨୦ ଅଧୀନରେ ଏକ ରଥ କୋଦଳା କ୍ଲଷ୍ଟର ପରିକ୍ରମା କରିଥିଲା । ଏହି ରଥ କୋଦଳା କ୍ଲଷ୍ଟରର ସ୍ୱର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟରୁ ବାହାରି , ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଖଡୁରା ସାହି ପ୍ରାଥମିକ ବିଦ୍ୟାଳୟ ପରିକ୍ରମା କରିଥିଲା । ଏଥିରେ CRCC ଶ୍ରୀ ରବିନାରାୟଣ ଶତପଥୀ, ଶ୍ରୀ ବିଷ୍ଣୁ ପ୍ରସାଦ ସିଂ ,ଶ୍ରୀ ରବୀନ୍ଦ୍ର ସେଠି ଓ ତିନି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ବେହେରା, ଶ୍ରୀ ସୂର୍ଯ୍ୟ ନାରାୟଣ ଜେନା ଓ ଶ୍ରୀ ପ୍ରମୋଦ କୁମାର ସେଠୀଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ପିଲାଙ୍କ ଦ୍ୱାରା ରଥକୁ ସ୍ୱାଗତ କରାଯାଇଥିଲା । ଶେଷରେ ସଚେତନତା ରଥ ଫାଶୀ କ୍ଲଷ୍ଟର ଆଡକୁ ବଢିଥିଲା ।