କୋଦଳା,୧୭/୮(ସୂର୍ଯ୍ୟ ନାରାୟଣ ବଡୁ):-ବେଗୁନିଆପଡା ସମନ୍ୱିତ ଶିଶୁଵିକାଶ ପ୍ରକଳ୍ପ ଅଧୀନରେ ଥିବା ବ୍ଲକର ସାତଗୋଟି ଅଙ୍ଗନୱାଡି ସେକ୍ଟର ଓ ବେଗୁନିଆପଡା ବ୍ଲକ ଠାରେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ପୋଷଣ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏକ ସପ୍ତାହ ଧରି ବିଭିନ୍ନ ସେକ୍ଟରରେ କାର୍ଯ୍ୟକ୍ରମ ଶେଷ କରି ଆଜି ଅନ୍ତିମ ଦିବସରେ କୋଦଳା ଏନଏସି ଅଙ୍ଗନୱାଡି ସେକ୍ଟର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା,ସିଡିପିଓଙ୍କ ଅଧ୍ୟକ୍ଷତାରେ ସୁପର ଭାଇଜର କମଳ ପଟ୍ଟନାୟକ, ସୁଲୋଚନା ଦାସ,ସମସ୍ତ ୧୫ଗୋଟି ଅଙ୍ଗନୱାଡି କେନ୍ଦ୍ର ର ଅଙ୍ଗନୱାଡି କର୍ମୀ ସହକର୍ମୀ ଙ୍କ ଉପସ୍ଥିତି ରେ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି !ଗର୍ଭବତୀ ମହିଳା, ପ୍ରସୂତି ମା, ୬ ମାସ ପର୍ଯ୍ୟନ୍ତ ର ଶିଶୁ, ସେମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ, ଅପପୃଷ୍ଟି ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଖାଇବା,ହାତଧୁଆ, ସହିତ ପାଇଖାନା ବ୍ୟବହାର ଉପରେ ନାଟକ ମାଧ୍ୟମରେ ସଚେତନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶତାଧିକ ମା ମାନେ ଉପସ୍ଥିତ ରହି ଭରପୁର ଉପଭୋଗ କରିଥିଲେ !