କୁକୁଡାଖଣ୍ଡି,୧୭/୮(ଇ.ରଞ୍ଜନ):-ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅଭିମୁଖେ ବୁଧବାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡିଶା କଂଗେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା କୁକୁଡାଖଣ୍ଡି ଗ୍ରସ୍ତ କରିଥିଲେ l ରାହୁଲ ଗାନ୍ଧୀ ସେପ୍ଟେମ୍ବର ମାସରେ ଓଡିଶା ଆସିପାରନ୍ତି l ରାହୁଲଙ୍କ ଗସ୍ତକୁ ଦୃଷ୍ଟିକୁ ନେଇ କୁକୁଡାଖଣ୍ଡି ଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟକ୍ରମରେ ଆଲୋଚନା ଜୋର ଧରିଛି l ଏନେଇ ବୁଧବାର କଂଗ୍ରେସ ନେତା ବିଜୟ ପଟ୍ଟନାୟକ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, କଂଗ୍ରେସ ନେତା ସାକା ସୁଜିତ କୁକୁଡାଖଣ୍ଡି ଠାରେ ଥିବା ମିନି ଷ୍ଟାଡିୟମ ପରିଦର୍ଶନ କରିବା ସହ ହେଲିପେଡ ଓ ସଭା ଆୟୋଜିତ କରିବା ନେଇ ସ୍ଥାନ ନିରୂପଣ କରିଥିବା ସାଧାରଣରେ କୁହାଯାଇଥିବା ବେଳେ l ସେଠାରେ ତାଙ୍କ ହେଲିପ୍ୟାଡ଼ ସହ ସଭାସ୍ଥଳ କୋଉଠି କିପରି ହେବ ସେନେଇ ବୁଲିଦେଖିଥିଲେ l ଜାଗା ପରିଦର୍ଶନ ସମୟରେ ରାହୁଲ ଙ୍କ ଗସ୍ତ କୁ ନେଇ ବିଜୟପଟ୍ଟନାୟକ କୌଣସି ସୂଚନା ଦେଇନଥିବା ବେଳେ ଆଲୋଚନା କରି ସୂଚନା ଦିଆଯିବ ବୋଲି କହିଛନ୍ତି l ଏଠାରେ ଅନିଶ୍ଚିତ ଭାବେ ରାହୁଲ ଙ୍କ ଗ୍ରସ୍ତ ବୋଲି କୁହାଯାଇଛି l ଶ୍ରୀ ପଟ୍ଟନାୟକଙ୍କ ସୂଚନା ପ୍ରକାରେ ଆସନ୍ତା ୧୮ ତାରିଖରେ ବିଭିନ୍ନ ଦୁର୍ନତି ଉପରେ କୁକୁଡାଖଣ୍ଡି ବ୍ଲକ ଘେରାଇବା କାର୍ଯ୍ୟକ୍ରମ ରହିଛି l କଂଗ୍ରେସ ଦଳ ଲୋକ ସହ ରହିଛି, ଲୋକମାନେ ପରିବର୍ତନ ଚାହୁଁଛନ୍ତି ଏଥି ପାଇଁ କଂଗ୍ରେସ ଦଳ ପ୍ରସ୍ତୁତ ଅଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ରଖିଥିଲେ l ଏହି କାର୍ଯ୍ୟକ୍ରମରେ ଯୁବ ନେତା ସାକା ସୁଜିତ, ବ୍ଲକ ସଭାପତି ପି. ଶିବ ପ୍ରସାଦ ଦୋରା, ଯୁବ ସଭାପତି ଅରୁଣ ଭୂୟାଁ,ଉପ ସଭାପତି କାମରାଜୁ ଡାକୁଆ ଓ ସୁମନ କୁମାର ଦାସଙ୍କ ସମେତ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l