ବିଧାୟିକାଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀ ଦଣ୍ଡିଶ୍ୱର ସେବାୟତ l

71
ADVERTISEMENT

କୋଦଳା,୧୬/୮(ସୂର୍ଯ୍ୟ ନାରାୟଣ ବଡୁ):-ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ଉନ୍ନୟନ ଓ ବିକାଶ ପାଇଁ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ନିଜ ହାତ ପାଣ୍ଠିରୁ ଯଥାସାଧ୍ୟ୍ୟ ଅନୁଦାନ ପ୍ରଦାନ କରି ମନ୍ଦିର ବିକାଶ ପଥରେ ଭାଗିଦାର ହୋଇ ଥିବାରୁ ସୋମବାର କୋଦଳା ଦଣ୍ଡିଶ୍ୱର ମନ୍ଦିର ସେବାୟତ ମାନେ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ପହଞ୍ଚି ବିଧାୟିକାଙ୍କୁ ଧନ୍ୟବାଦ ଜଣାଇଥିଲେ !ମାତ୍ର ଏକ ବର୍ଷ ମଧ୍ୟରେ ନାମ ମଣ୍ଡପ ପାଇଁ ୪ ଲକ୍ଷ, କଲ୍ୟାଣ ମଣ୍ଡପ ଉନ୍ନତି ପାଇଁ ଲକ୍ଷ, ରୋଷେଇ ଶାଳ ପାଇଁ ୯ ଲକ୍ଷ, ଦୀପଘର ପାଇଁ ୨ ଲକ୍ଷ କାର୍ଯ୍ୟ ଶେଷ ହୋଇଥିବା ବେଳେ ବର୍ଷ କୁ ଏକଦିନ ପୋଖରା ରେ ପୂଜା ପାଉଥିବା ମା ଲକ୍ଷ୍ମଣ ଚଣ୍ଡୀଙ୍କ ମଣ୍ଡପ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଯାହାର କାର୍ଯ୍ୟ ଚାଲୁ ରହିଛି ଏବଂ ହନୁମାନ ମନ୍ଦିର ରୂପାନ୍ତର ପାଇଁ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇବା ସହିତ ମନ୍ଦିର ର ଆଉ କିଛି ବାକି ରହିଥିବା କାର୍ଯ୍ୟ ନିମନ୍ତେ ଅନୁଦାନ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ !ଏଥିରେ ବିଧାୟିକା ଖୁସିବ୍ୟକ୍ତ କରିବା ସହିତ ମନ୍ଦିର କୁ ଜଣେ ଇଞ୍ଜିନିୟର ଙ୍କୁ ପଠାଇ ଯେଉଁ ଉନ୍ନୟନ କାମ ବାକିଅଛି ତାର ଆକଳନ କରି ଯଥାସମ୍ଭବ ଅନୁଦାନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ !ହନୁମାନ ମନ୍ଦିର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ କହିଥିଲେ !

Advertisement