ବଲାଙ୍ଗୀର,୧୧/୮(ଡି.ଏଚ୍ ବ୍ୟୁରୋ):-ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ୍ ରଣ୍ଡା ଉନ୍ନୀତ ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡା । ଗତକାଲି ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଏବଂ ପୁଲିସର ସୂଚନା ଅନୁସାରେ, ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡା ଦାଖଲ କରିଥିବା ଯୁକ୍ତଦୁଇ ଓ ହିନ୍ଦୀ ସାର୍ଟିଫିକେଟ ଉଭୟ ୨୦୦୧ ମସିହାର ହୋଇଥିବାରୁ ଯାଞ୍ଚ ବେଳେ ସଂଦେହ ସୃଷ୍ଟି ହୋଇଥିଲା।