ଫୁଲବାଣୀ,୧୦/୮(ଡି.ଏଚ୍ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ସ୍ଥିତ ଭାରତ ଫାଇନାନ୍ସ ଇନ୍କ୍ଲୁଜନ ଲିମିଟେଡ଼ର ୨ ଜଣ କର୍ମଚାରୀ ଆଦାୟ କରିଥିବା ୨ ଲକ୍ଷ ୯୦ ହଜାର ଟଙ୍କା ଧରି ଫେରାର l ଏନେଇ ସଂସ୍ଥାର ଶାଖା ପରିଚାଳକ ଋଷିକେଶ ରାଉତଙ୍କ ଟିକାବାଲି ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ କର୍ମଚାରୀ ଦ୍ବୟ ହେଲେ ଗଞ୍ଜାମର ଦିବାକର ରାଉତ ଓ ରାୟଗଡ଼ାର ଜଗନ୍ନାଥ ବେହେରା ।