୨0 ଲିଟର ରନ୍ଧା ମହୁଲି ପୋଚମଦ ନଷ୍ଟ ଘଟଣାସ୍ଥଳରୁ ଜଣେ ଗିରଫ l

56
ADVERTISEMENT

କୁକୁଡାଖଣ୍ଡି,o୬/୮(ଇ ରଞ୍ଜନ):-କୁକୁଡାଖଣ୍ଡି ସଦରଥାନା ଅନ୍ତର୍ଗତ ଡ଼େଙ୍ଗାପଦାର ବାଉଁଶ୍ୟୟାପଲ୍ଲୀ ଠାରେ ଦେଶୀ ମହୁଲି ପୋଚ କୁ ଜବତ କରିଛି l ବ୍ରହ୍ମପୁର ଅବକାରୀ ବିଭାଗ ଓ ସଦରଥାନା ପୋଲିସ l ଗାଁ ଠାରେ ଥିବା ବୋଦା ମୂଳରୁ ୨0ଲିଟର ପୋଚ ମଦକୁ ଜବତ କରି ଗଣେଷ ମଲ୍ଲିକ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି l ଉକ୍ତ ଅଞ୍ଚଳରେ ବହୁ ଦିନ ଧରି ମହୁଲି ପୋଛ ରନ୍ଧା ଯାଇ ନିକଟସ୍ଥ ବିଭିନ୍ନ ମଦ ଦୋକାନ ମାନଙ୍କରେ ବିକ୍ରି କରୁଥିବା କୌଣସି ସୂତ୍ରରୁ ଅବକାରୀ ବିଭାଗ ସୂଚନା ମିଳିଥିଲା l ଘଟଣାସ୍ଥଳରେ ସଦରପୋଲିସ ପହଂଚି କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତରେ ପୋଚ ମହୁଲିକୁ ନଷ୍ଟ କରାଯାଇଥିବା ସୂଚନା l ଏବଂ ଗଣେଷ ମଲ୍ଲିକଙ୍କୁ ଗିରଫ କରି ୩୮୬ ମାମଲା ରୁଜୁ କରି କୋର୍ଟ ସ୍ଥାନାନ୍ତର କରିଥିବା ଥାନା ଏସଆଇ ଯଶମନ୍ତ କହଁର ସୂଚନା ଦେଇଛନ୍ତି l

Advertisement