ଶିକ୍ଷାଅଧିକାରୀଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନ ତରଫରୁ ସାମୁହିକ ଦାବି ପ୍ରଧାନ l

117
ADVERTISEMENT

କୁକୁଡାଖଣ୍ଡି,o୬/୮(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଶାଖା ତରଫରୁ ସଙ୍ଘର ସଭାପତିଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର କୁକୁଡାଖଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଶିକ୍ଷା ସଚିବ ଓ ଗଣ ଶିକ୍ଷା ମନ୍ତ୍ରୀ ଙ୍କୁ ଶିକ୍ଷକ ସଙ୍ଘ ତରଫରୁ ଦିଆଯାଇଛି । ପ୍ରକାଶ ଥାଉକି କି ଗତ ୨୦୨୨ ନଭେମ୍ବର ମାସ୨୭ ତାରିଖରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ପ୍ରାଥମିକ ଶିକ୍ଷକ ନିମ୍ନ ଲିଖିତ ଦାବୀ ହାସଲ ନିମନ୍ତେ ଆନ୍ଦୋଳନ କରିଥିଲେ। ତତ୍କାଳୀନ ମୁଖ୍ୟ ଶାସନ ଶିକ୍ଷକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦାବି ଗୁଡ଼ିକ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଠ ମାସରୁ ଉର୍ଦ୍ଧ୍ଵ ସମୟ ହୋଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କର ଦାବି ପୂରଣ କରାଯାଇ ନଥିବା କହିଛନ୍ତି । ଏ ନେଇ କୁକୁଡାଖଣ୍ଡି କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ରେ ଉଲେଖ କରିଛନ୍ତି ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ ସହ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ଏବଂ ଠିକା କାର୍ଯ୍ୟକାଳ କୁ ଉଛେଦ କରି ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଭୁକ୍ତ କରିବା ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ। ଏଭଳି ବହୁ ଦାବି କରିଛନ୍ତି ଶିକ୍ଷକ ନଚେତ ଚଳିତ ଅଗଷ୍ଟ ମାସ ୧୫ ତାରିଖ ମଧ୍ୟରେ ପୂରଣ ଦିଗରେ ବିହିତ ପଦକ୍ଷେପ ନ ନିଅନ୍ତି ,ତେବେ ଚଳିତ ଅଗଷ୍ଟ ମାସ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହେବେ ବୋଲି ସଭାପତି ସାରଥୀ ପାତ୍ର,ହେମନ୍ତ ସେଠି, ଶାଖା ସଭାପତି ଏ ପୁଷ୍ପାଲତା, ଉଷାରାଣୀ ସାହୁ, ପିଣ୍ଟୁ ପାଣିଗ୍ରାହୀ,ବିଷ୍ଣୁ ନାୟକ, ସମ୍ପାଦକ ପ୍ରଫୁଲ୍ଲ ଗୌଡ଼ ଜ୍ୟାତି ରଞ୍ଜନ ମହାରଣା, ସରସ୍ବତୀ ବେହେରା ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l

Advertisement