ବ୍ରହ୍ମପୁର,୦୪/୮(ଇ ରଞ୍ଜନ):-ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ବ୍ରହ୍ମପୁର ଆଇଟିଆଇ ପରିସରରେ ଏକ ଶିଳ୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆଇପିଓ ଭାଗ୍ୟଧର ପୃଷ୍ଟି, ଆଇଟିଆଇ ଅଧକ୍ଷ ଅନିଲ ଶତପଥୀ, ଟେକ୍ନିକାଲ ସଦସ୍ୟ ଲଷ୍ମୀ ପାଢ଼ୀ, ଧାନଘର ଡିସିବି ବ୍ୟାଙ୍କ ମ୍ୟାନେଜର ସନ୍ତୋଷ ପାଣିଗ୍ରାହୀ, ନୀଳାଞ୍ଚଳ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ଜିଲ୍ଲାରେ ଥିବା ଯୁବକ ଓ ମହିଳା ମାନେ କିପରି ଆତ୍ମନିର୍ଭରସିଲ ହୋଇପାରିବେ ସେନେଇ ଆଲୋଚନା ହୋଇଥିଲା l ବ୍ୟାଙ୍କ ମଧ୍ୟ କିପରି ସବୁ ସରଳ ଭାବେ ଋଣ ପ୍ରଦାନ କରିପାରିବ, ଲୋକେ ସୁବିଧାରେ କୋଉ ଛୋଟ କି ବଡ଼ ଇଣ୍ଡଷ୍ଟ୍ରି ଆରମ୍ଭ କରିପାରିବେ ସେନେଇ ବୁଝାଇଥିଲେ l କାର୍ଯ୍ୟକ୍ରମକୁ ଗ୍ରାମ୍ୟ ଜନସେବାର କୃଷ୍ଣ ଚନ୍ଦ୍ର ଦାସ, ଅର୍ଜୁନ ମହାରଣା ପରିଚାଳନା କରିଥିଲେ l