କୁକୁଡାଖଣ୍ଡି,୦୪/୮(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ମସିହାଖାଲି ପଂଚାୟତ ଅନ୍ତର୍ଗତ କୃପାସିନ୍ଧୁପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁ ଙ୍କ ସଭାପତିତ୍ବରେ ବିଦ୍ୟାଳୟରେ ଚାରା ବଣ୍ଟନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କରି ଛାତ୍ରଛାତ୍ରୀ ମାନଙ୍କୁ ପିଲା ଟିଏ ଗଛ ଟିଏ ର ନାରା ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପହାର ସ୍ୱରୂପ ଚାରା ପ୍ରଧାନ କରାଯାଇଥିଲା l ଏହା ବ୍ୟତୀତ ବିଗତ ଦିନରେ ପୁରାତନ ଓ ବର୍ତମାନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା କବାଡି ପ୍ରତିଯୋଗିତା ସହ ଶିକ୍ଷା କ୍ଷେତ୍ର ଭଲ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରି ପିଲା ଙ୍କୁ ଉତ୍ସାହିତ କରିଥିଲେ ବିଦ୍ୟାଳୟକୁ ଆସିଥିବା ଆମନ୍ତ୍ରିତ ଅତିଥି l

ଏଥିରେ ମୁଖ୍ୟ ଅତିଥି ରାଜ୍ୟ କାଜୁ ନିଗମର ଅଧକ୍ଷ ତଥା ପରିବେଷବିତ ସୁବାଶ ମହାରଣା, ସମ୍ମାନିତ ଅତିଥି ଜ଼ିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ, ପୂର୍ବତନ କର୍ପୋରେଟର ଅନିଲ ନାୟକ, ବନ ବିଭାଗୀୟ ପାଳିକା ଶ୍ରୀମତି ପ୍ରମିଳା ସାବତ, ବିଦ୍ୟାଳୟ କମିଟି ସଭାନେତ୍ରୀ, ମନ୍ଦାକିନୀ ଗୌଡ଼, ବିଦ୍ୟାଳୟ କମିଟି ଉପ ସଭାନେତା ଶିବ ଶଙ୍କର ରାଉଳ, ଏବଂ ୱର୍ଡ ମେମ୍ବର ମୁନି ପ୍ରସାଦ ପାଢ଼ୀ,ସାଇ ବିଭୁତି ବେହେରା, ଉର୍ମିଳା କୁମାରୀ କାର୍ଜୀ, ସନ୍ଧ୍ୟା ରାଣୀ ରଣା, ଦୀପ୍ତି ରାଣୀ ନାୟକ, ମନୋଜ କୁମାର ଦଳାଇ, ହର ପ୍ରସାଦ ବିଶୋଇ,, ସରିତା କୁମାରୀ ନାୟକ, କିରାଣୀ-ସଚ୍ଚିତାନନ୍ଦ ସାହୁ, -କଦାମିନୀ ନାୟକ,ସଦାନନ୍ଦ ପ୍ରଧାନ ସମେତ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l