ଉତ୍ତରାଖଣ୍ଡ,୦୪/୮(ଡି.ଏଚ ବ୍ୟୁରୋ):-ଭୀଷଣ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଗୌରୀକୁଣ୍ଡ ନିକଟରେ ବଡ଼ ଧରଣର ଭୂସ୍ଖଳନ । ସ୍ଥାନୀୟ ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ଯିବା ରାସ୍ତା ଦତ୍ତ ପୁଲିୟା ଠାରେ ଏହି ଭୂସ୍ଖଳନ ଘଟିଥିବା ଯୋଗୁଁ ୧୨ ଜଣରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏବଂ ଖବର ପାଇ ଏନ୍ଡିଆରଏଫ୍, ଟିମ୍ ଓ ଏସ୍ଡିଆରଏଫ୍ ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।