କୁକୁଡାଖଣ୍ଡି,୦୨/୮(ଇ ରଞ୍ଜନ):-କୁକୁଡାଖଣ୍ଡି ସଦରଥାନା ଅନ୍ତର୍ଗତ ଆଙ୍କୁଶପୁର ଠାରେ ସଡ଼କ ଦୁର୍ଘଟଣାରେ ଦ୍ରୁବନ୍ଦ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି l ମିଳିଥିବା ସୂଚନା ଅନୁଯାଇ ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାଶ(୭୬)କୌଣସି କାର୍ଯ୍ୟ ନେଇ ଘରୁ ପୂର୍ବାହ୍ନ ୧୧ ରେ ବାହାରି ବ୍ରହ୍ମପୁର ଆସି କାମ ସାରି ତାଙ୍କ (ଓଡି0୭ଏପି୧୨୬୨)ଟିଭିଏସ ଏକ୍ସଏଲ ଘରକୁ ଫେରୁଥିବା ବେଳେ କୁକୁଡାଖଣ୍ଡିରୁ ଆସୁଥିବା (ଓଡି0୭ଏଜେ ୩୩0୩)ନଂ ଅଶୋକ ଲେୟଲେଣ୍ଡ ପିକଅପ ଗାଡିଟି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗୋବିନ୍ଦ ଦାଶଙ୍କ ଏକ୍ସଏଲ ସହ ମୁହାଁମୁହିଁ ଧକ୍କା ହୋଇଥିଲା l

ଫଳରେ ଘଟଣାସ୍ଥଳରେ ଗୋବିନ୍ଦ ଦାଶଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ କିଛି ଲୋକଙ୍କ ସହାୟତାରେ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରିଥିବା ଅଞ୍ଚଳବାସି ସୂଚନା ଦେଇଛନ୍ତି l ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଛି l ଏନେଇ ଥାନାରେ ତାଙ୍କ ଜ୍ୱାଇଁ ରାଧା ଚରଣ ସାହୁ ସଦରଥାନାରେ ଅଭିଯୋଗ ପରେ ଥାନାରେ ଏନେଇ ଥାନା ରେ ୩୭୬ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଏଏସଏଇ ତ୍ରିପତି ସବର ସୂଚନା ଦେଇଛନ୍ତି l