ଭଞ୍ଜନଗର,୩୧/୭(ଡି.ଏଚ୍ ବ୍ୟୁରୋ):-ସରକାରୀ ଚାକିରି କରାଇଦେବା ନାଁରେ ୧୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗଂଜାମ ଜିଲ୍ଲା ଭଞ୍ଜନଗର ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଜେଏମ୍ଏଫ୍ ସି କିରାଣି ଭାବେ ଅବିନାଶ ଆଚାର୍ଯ୍ୟ ଓ ତାଙ୍କ ସହଯୋଗୀ ଶୁଭମ୍ ପ୍ରଧାନ। ଏବଂ ପୋଲିସ ସେମାନଙ୍କଠୁ ଏଟିଏମ୍ କାର୍ଡ, ୨ଟି ମୋବାଇଲ୍, ଗୋଟିଏ ଟ୍ୟାବ୍, ୧୫ ହଜାର ଟଙ୍କା ଏବଂ ଅବିନାଶଙ୍କ ଚାକିରି ପରିଚୟପତ୍ର ଜବତ କରି ଉଭୟଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ମଧ୍ୟ ସିଜ୍ କରିଛି।