ମାଲକାନଗିରି,୨୮/୭(ଡି.ଏଚ୍ ବ୍ୟୁରୋ):-ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ଉବୁଟୁବୁ ହେଉଥିବା ବେଳେ ବଡ଼ ବିପଦର ସଂକେତ ଦେଉଛି ଗୋଦାବରୀ ବନ୍ୟାଜଳ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଦ୍ରୁତଗତିରେ ଫୁଲିବାରେ ଲାଗିଛି ଗୋଦାବରୀ ନଦୀ । ଯାହାର ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବଂ କାଲିମେଳା ବ୍ଲକ୍ ମୋଟୁ ଅଞ୍ଚଳରେ ସିଲେରୁ ଓ ସାବେରୀ ନଦୀରୁ ଜଳ ନିଷ୍କାସନ ନହୋଇ ଏବେ ଟଳମଳ ହେଉଥିବାବେଳେ ଓଡ଼ିଶାର ଅନେକ ଅଞ୍ଚଳ ବୁଡ଼ିଯିବାର ଆଶଙ୍କା କରାଯାଉଛି।