ବାଲେଶ୍ବର,୨୮/୭(ଡି.ଏଚ୍ ବ୍ୟୁରୋ):-ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ୍ ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ବର ପୁଲିସ ଆଉ ୮ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ଓ ପଟ୍ଟା ସୁନୀଲ , ଯାଜପୁରର ସୁଶାନ୍ତ କୁମାର ସାହୁ , ବାଲେଶ୍ବର ଜିଲ୍ଲାର ବଟକୃଷ୍ଣ ବେହେରା ଓ ପ୍ରସନ୍ନଜିତ୍ ସାହୁ ,ବିହାରର ବିଶାଲ କୁମାର ଚୌରାସିଆ ଓ ତା’ ସାନଭାଇ ବିକାଶ କୁମାର, ଏବଂ ପଶ୍ଚିମବଙ୍ଗର ବୀରେନ୍ଦ୍ର ସିଂହ ।