ଭଦ୍ରକ,୨୭/୭(ଡି.ଏଚ୍ ବ୍ୟୁରୋ):-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ପଞ୍ଚାୟତ ମହଲା ସାହିରେ ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଘଟଣାରେ ଉଭୟ ସ୍ତ୍ରୀ ଓ ପୁଅକୁ ଥାନାରେ ପୁଲିସ ଅଟକ ରଖିଥିବାବେଳେ ପାରିବାରିକ କଳହରୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ସୂଚନା । ଏବଂ ଘଟଣାସ୍ଥଳରୁ ପୋଲିସ ଏକ ଶାବଳ ଜବତ କରିଛି।