ବ୍ଲକ କଂଗ୍ରେସର କର୍ମୀସମ୍ମିଳନୀ ଅନୁଷ୍ଠିତ,ମତଭେଦ ଭୁଲି ଏକ ହେବାକୁ ଜିଲ୍ଲା ସଭାପତିଙ୍କ ଆୱାନ l

49
ADVERTISEMENT

କୁକୁଡାଖଣ୍ଡି,୨୬/୭(ଇ ରଞ୍ଜନ):-ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଫାର୍ମ ହାଉସ୍ ଠାରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକର ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଆୟୋଜିତ କରାଯାଇଥିଲା l କାର୍ଯ୍ୟକ୍ରମରେ ଜଗଦଳପୁର ଦୁଖୀଶ୍ୟାମ ପାତ୍ର , ଟିକରପଡାର ଦଣ୍ଡୁ ଜେନା,ପୋଡାପଲି, କଙ୍କିଆ, ମସିହାଖାଲିର ମନୋଜ ସେଠି,ଅଙ୍କୁଶପୁର ନାଗେଶ୍ୱର ରାଓ, କୁକୁଡାଖଣ୍ଡିର ସୁଦର୍ଶନ ସେଠି ପ୍ରମୁଖ ଗ୍ରାମର ପୁରାତନ କର୍ମୀ ମାନେ କଂଗ୍ରେସ କିପରି ବ୍ଲକରେ ସଶକ୍ତ ହୋଇପାରିବ ସେନେଇ ନିଜସ୍ୱ ମତ ରଖିବା ସହ ପର୍ଯ୍ୟାଲୋଚନା କରିଥିଲ l କୁକୁଡାଖଣ୍ଡି ବ୍ଲକ କଂଗ୍ରେସର ଗଡ଼ ରହିଥିଲା ଏବଂ ବର୍ତମାନ ପର୍ଯ୍ୟନ୍ତ ବ୍ଲକରେ କଂଗ୍ରେସର ଭୋଟ ବ୍ୟାଙ୍କ ରହିଛି କିନ୍ତୁ ଦଳର ସଂଗଠନ ସୁଦୃଢ ନଥିବା ଯୋଗୁଁ ସେହି ଭୋଟ ବିଭାଜନ ହେଉଛି l ସମସ୍ତ ନେତା ଓ କର୍ମୀ ମାନେ ନିଜଭିତରେ ମତଭେଦ ଭୁଲି ପୂର୍ଵ ପରି ଏକଜୁଟ ହୋଇ ଆଗାମୀ ସାଧାରଣ ନିର୍ବାଚନ ଲଢ଼ି ବିଜୟୀହେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲା ସଭାପତି l ତିନିଥର ନିର୍ବାଚନରେ ବିଧାୟକ ପାର୍ଥି ହୋଇଥିବା ବ୍ୟକ୍ତିଙ୍କୁ ଏକତ୍ରିତ କରି ଆଗାମୀ ସାଧାରଣ ନିର୍ବାଚନରେ ଦଳ କିପରି ବିଜୟୀ ହେବ ସେନେଇ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିବ କଂଗ୍ରେସ l ଆଗାମୀ ଦିନରେ ବ୍ଲକ ଓ ପଂଚାୟତରେ ହେଉଥିବା ଦୁର୍ନୀତିକୁ ଦଳ ବିରୋଧ ସହ ଆନ୍ଦୋଳନ କରିବ ଏବଂ ପ୍ରତି ପଂଚାୟତରେ ଏକ କମିଟି କରି ଦଳକୁ ସୃଦୁଢ କରିବାକୁ କର୍ମୀ ମାନେ ଶପଥ ନେଇଥିଲେ l କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ପି ଶିବ ପ୍ରସାଦ ଦୋରା ପରିଚାଳନା କରିଥିଲେ l ପଞ୍ଚୁ ମଲିକ ,ଯୋଗୀ, ଏସ .ଦଣ୍ଡ ପାତ୍ର, ରାମକୃଷ୍ଣ ନାହକ , ପୂର୍ଣ୍ଣ ପ୍ରଧାନ , ପ୍ରଶାନ୍ତ ବିଷୋୟୀ ,ଶଙ୍କର, ଅରୁଣ ଭୂୟାଁ , କୈଳାଶ ବରଡ,ଅଦଲ ଭରତ, କୈଳାଶଚନ୍ଦ୍ର ନାୟକ ,ଯୁଗଳ ପଟ୍ଟନାୟକ , ରାଜେନ୍ଦ୍ର ବିଷୋୟୀଙ୍କ ସହ ବହୁ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ l

Advertisement