କୁକୁଡାଖଣ୍ଡି,୨୨/୭(ଇ ରଞ୍ଜନ):-ବିରାଟ କୋହଲିଙ୍କ ଟାଟୁ ନିଜ ଦେହ ସାରା ଆଙ୍କିଥିବା ଗଞ୍ଜାମ ମସିହାଖାଲି ଗ୍ରାମର ପିଣ୍ଟୁ ବେହେରା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜଣେ ଦୃଢ ପ୍ରଶଂସକ ଭାବେ ସାରା ଭାରତରେ ପରିଚିତ ଥିବାବେଳେ ବର୍ତମାନ ଅକଟୋବର ମାସରେ ହେବାକୁ ଥିବା ଆଇସିସି ୱାର୍ଲଡ କପର ଦୁଇ ମିନିଟ ୧୨ସେକେଣ୍ଡର ପ୍ରୋମ ସୁଟ କରି ବର୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି l ଏହି ପ୍ରୋମ ସୁଟରେ ଭାରତର ଦୁଇ ଜଣ ବ୍ୟକ୍ତି ସ୍ଥାନ ପାଇଥିବା ବେଳେ ପିଣ୍ଟୁ ଏହା ଜାଣି ଖୁସିରେ ବିଭୋର ହୋଇଯାଇଥିଲେ l ଦୁଇ ମିନିଟର ଏହି ୱାର୍ଲଡ କପ ପ୍ରୋମରେ ଦୁଇଟି ସଟ ମାଧ୍ୟମରେ ପିଣ୍ଟୁଙ୍କୁ କ୍ରିକେଟର ଫ୍ୟାସନ ଭାବେ ତାଙ୍କ ଦେହରେ ଥିବା ବିରାଟ କୋହଲିଙ୍କ ଟାଟୁକୁ ଏହି ପ୍ରୋମରେ ଚିତ୍ରଣ କରାଯାଇଛି l

ଏହି ପ୍ରୋମରେ ବିଭିନ୍ନ ଦେଶର କ୍ରିକେଟର ମାନେ ନିଜେ ନିଜ ଦେଶର ଚିତ୍ରଣ କରିବା ସହ କିଛି ସେଲିବ୍ରେଟି ମଧ୍ୟ ନଜର ଆସିବେ l ୨୦୧୯ ଅକଟୋବର ୧ରେ ପିଣ୍ଟୁ ବିରାଟ କୋହଲିଙ୍କୁ ଭେଟିବା ପରେ ସାରା ଭାରତରେ ଏକ ଚର୍ଚ୍ଚାକୁ ଆସିଥିଲେ l ଗୋଟାଏ ଦିନ ପିଣ୍ଟୁଙ୍କ ଚିତ୍ରଣ ନେଇ ମୁମ୍ବାଇରେ ଏହି ପ୍ରୋମ ସୁଟିଙ୍ଗ ହୋଇଥିବା ବେଳେ ସେହି ସମୟରେ ବହୁତ କ୍ରିକେଟରଙ୍କୁ ମଧ୍ୟ ଭେଟିବାର ସୁଯୋଗ ପାଇଥିଲେ ପିଣ୍ଟୁ l ଆଇସିସି ତାଙ୍କୁ ଏହି ପ୍ରୋମରେ ସାମିଲ କରିଥିବାରୁ ସେ ଆତ୍ମବିଭୋର ହୋଇଯାଇଛନ୍ତି l କୁକୁଡାଖଣ୍ଡି ବ୍ଲକ ମସିହାଖାଲି ଗ୍ରାମର ଏକ ସାଧାରଣ ପରିବାରରୁ ଜନ୍ମିତ ପିଣ୍ଟୁ ନିଜ ଦେହରେ ନିଜ ପ୍ରିୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ କରି ବିରାଟଙ୍କୁ ସାକ୍ଷାତ ପରେ ଏହି ପରି ଏକ ବିରାଟ ଦାୟିତ୍ୱବାନ କାର୍ଯ୍ୟ କରି ନିଜ ଅଂଚଳ ପାଇଁ ମଧ୍ୟ ପ୍ରଶଂସାର ପାତ୍ର ପାଲଟିଛନ୍ତି l