ଭୁବନେଶ୍ୱର,୧୮/୭(ଡି.ଏଚ ବ୍ୟୁରୋ):-ଚିଟଫଣ୍ଡ ସଂସ୍ଥା ‘ସାଇନ୍ ଇଣ୍ଡିଆ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୩ ନିର୍ଦ୍ଦେଶକଙ୍କୁ ୩ ବର୍ଷ ଜେଲ୍ ଦଣ୍ଡା ସହ ୨୧ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟର ବିଚାରପତି ବିଶ୍ୱଜିତ ଦାସ। ତିନି ନିର୍ଦ୍ଦେଶକ ହେଲେ ବିଜୟ କୁମାର ଜେନା, କାଦୁ ମାରାଣ୍ଡି ଓ ସୋମନାଥ ନାୟକ। ୨୦୧୩ ମସିହାରେ ଏହି ସଂସ୍ଥା ଅଧିକ ଅର୍ଥ ମିଳିବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରିଥିଲା।