କୁକୁଡାଖଣ୍ଡି,୧୬/୭(ଇ ରଞ୍ଜନ):-ମଣିଷ ଜନ୍ମରେ ତ ବିଭିନ୍ନ ରୋଗ ଆସି ସମସ୍ୟାରେ କଷ୍ଟ ଅନୁଭବ କରିବା ସମସ୍ତେ ଏହା ଜାଣିଥିବେ l ହେଲେ ଛୋଟ ପିଲାରୁ ହିଁ ଗରିବ ପିଲାଙ୍କୁ ଏଭଳି କଷ୍ଟ ପରିବାର ବର୍ଗଙ୍କ ସମେତ ସାହି ପୋଡ଼ସୀଙ୍କୁ ଦୁଃଖରେ ଜର୍ଜରିତ ହେଉଥିବା ଦେଖାଦେଇଛି l ଏପରି ଅବସ୍ଥାରେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି କୁକୁଡାଖଣ୍ଡି ବ୍ଲକର ଅନନ୍ତେଇ ପଞ୍ଚାୟତ ଲଙ୍ଗଳଦେଇ ଗ୍ରାମର ନାବାଳିକା ଝିଅ ବିଷ୍ନୁପ୍ରିୟା ପାତ୍ର ଏବଂ ବୋରିଗାଁ ପଞ୍ଚାୟତର ଦେଢ଼ବର୍ଷର ଛୋଟ ଶିଶୁ କନ୍ୟା ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ l ବିଷ୍ଣୁପ୍ରିୟା ଦୀର୍ଘ ୫ ବର୍ଷ ଧରି ବେ ରେ ଅସହ୍ୟ ଯନ୍ତ୍ରଣା ହେତୁ କଷ୍ଟରେ କଲବଲ ହେଉଛନ୍ତି l ସେହିପରି ବିଜୟ ଲକ୍ଷ୍ମୀଙ୍କ ଛାତିରେ ମଧ୍ୟ ଛୋଟିଆ ହୋଲ ହୋଇଥିବ ରୁ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି l କୁନି ଝିଅଟି ଛୋଟ ପିଲାଦିନ ଠାରୁ ବିଜୟୀ ହେବା ବଦଳରେ ଆର୍ଥିକ ସଙ୍କଟ ଯୋଗୁଁ ପରାଜୟ ହୋଇ ସହାୟତାକୁ ଅନାଇ ବସିଛି ପୁରା ଉଭୟଙ୍କ ପରିବାର। ବିଷ୍ଣୁ ଙ୍କ ପରିବାର କହିଲେ ବାପା, ମା ଆଉ ତିନି ଭଉଣୀ। ହେଲେ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିବାରୁ ଅଜା ଆଇଙ୍କ ପାଖରେ ରହୁଛନ୍ତି ମା ଓ ସନ୍ତୋସିନୀ ପାତ୍ର ସମେତ ଦୁଇ ଭଉଣୀ । ବିଜୟ ଲକ୍ଷ୍ମୀଙ୍କ ପରିବାରଙ୍କୁ ଚାହିଁଲେ ବୋରିଗାଁର ଜିତେନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ସ୍ତ୍ରୀ ଓ ୫ ବର୍ଷ ର ପୁଅ ୩ ପ୍ରାଣୀ ଏମାନେ ଭଡା ଘରେ ରହି ସମାଜ ମଧ୍ୟରେ ଜୀବନ ଜୀବିକା ନିର୍ବାହ କରିଥାନ୍ତି l ବିଷ୍ଣୁଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍। ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ ଢେର୍ ଆଗ୍ରହ ଥିଲେ ମଧ୍ୟ ଦାଉ ସାଧୁଛି ରୋଗ ଯନ୍ତ୍ରଣା । ବେକ ନିକଟରେ ମାଂସ ବଢି ଯାଇଥିବା ଯୋଗୁଁ ଅସହ୍ୟ କଷ୍ଟ ଦେଉଛି ବେକଫୁଲା ବେକ ଯନ୍ତ୍ରଣା ରୁ କଥା ହେଇପାରୁନଥିବା ବେଳେ ବେକ ମଧ୍ୟ ବୁଲାଇବା ଘୋର ଯନ୍ତ୍ରଣା ଦେଉଛି । ଏହିଭଳି ଭାବେ ଉଭୟ ପରିବାର କୋହଭରା କଣ୍ଠରେ କହିଛନ୍ତି ହେ ପ୍ରଶାସନ ଓ ସରକାର ମୋ ଗୁହାରି ଶୁଣନ୍ତୁ ଗରିବ ହେତୁ ଆର୍ଥୀକ ଅବସ୍ଥା ସଙ୍କଟ ରେ ରୋଗ ଯନ୍ତ୍ରଣାରେ ପଡି ରହିଛି ହାତଯୋଡି ନେହୁରା ହୋଇ ଅନୁରୋଧ କରିଛନ୍ତି ବିଷ୍ଣୁ ଓ ଜିତେନ୍ଦ୍ର ଆମ ପାଖରେ ଅର୍ଥର ଅଭାବ, ଆପଣ ଚାହିଁଲେ ମୁଁ ଓ ମୋ ଝିଅ ଭଲ ହୋଇଯିବୁ କହିଛନ୍ତି ଅନନ୍ତେଇ ବିଷ୍ଣୁ ଓ ବୋରିଗାଁର ଦେଢ଼ବର୍ଷର କନ୍ୟାର ବାପ ଜିତେନ୍ଦ୍ର ପାଣିଗ୍ରାହୀ ।

ସେପଟେ ଝିଅଙ୍କ କଷ୍ଟ ଦେଖି ପୁରା ପରିବାରର ଆଖିରୁ ଲୁହ ଶୁଖି ଯାଇଛି। ଝିଅକୁ ଚିକିତ୍ସା କରିବା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଠାରୁ ଆରମ୍ଭ କରି କଟକ ବଡ଼ଡ଼ାକ୍ତରଖାନା, ଭୁବନେଶ୍ୱର ବେଙ୍ଗଲୋର୍, ବିଶାକାପାଟନମ ରେ ରହିଥିବା ଘରୋଇ ମେଡିକାଲ ସମେତ ସରକାରୀ ମେଡିକାଲ ଇତ୍ୟାଦି ସ୍ଥାନକୁ ଯାଇ ଅନେକ ଡାକ୍ତରଙ୍କୁ ପରାମର୍ଶ କରି ସର୍ବସାନ୍ତ ହୋଇଗଲେଣି ପରିବାର । ହେଲେ ଝିଅର ରୋଗ ଭଲ ହେଉ ନାହିଁ। ପାଖରେ ପଇସାଟିଏ ବି ନାହିଁ। ବିଷ୍ଣୁ ଙ୍କ ମା ସଂତୋଷିନି ମୂଲ ଲାଗି ଯାହା କିଛି ସଞ୍ଚୟ କରିଥିଲେ ସବୁତକ ଝିଅର ଚିକିତ୍ସାରେ ଚାଲିଗଲା । ଏବେ ଉଚ୍ଚ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡିବ । ଆଉ ଏତିକି ବେଳେ ହାତରେ କାଣୀ କଉଡିଟିଏ ବି ନାହିଁ। ହାତ ଶୂନ୍ୟ ହୋଇ ହତାଶ ଯାଇଥିବାରୁ ଝିଅକୁ ଚିକିତ୍ସା କରି ପାରିବୁ ନାହିଁ ବୋଲି କହିଛନ୍ତି l ସେହିପରି ଜିତେନ୍ଦ୍ରଙ୍କ ମଧ୍ୟ ସମାନ ପରିସ୍ଥିତି ସରକାରଙ୍କୁ ଅନୁରୋଧ କରିବା ସହିତ ଭଗବାନଙ୍କ ନିକଟରେ ଝିଅକୁ ସମର୍ପି ଦେଇଛନ୍ତି ପୁରା ଉଭୟ ପରିବାର। ସନ୍ତୋସିନି ଓ ଜିତେନ୍ଦ୍ର ମୂଲ ଲାଗି ଦୈନିକ ଯାହା ରୋଜଗାର କରନ୍ତି ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିବାରୁ ସେଥିରେ ପୁରା ପରିବାର ପାଇଁ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ କରିବା ବି କଷ୍ଟସାଧ୍ୟ ହୋଇ ପଡୁଛି। ଆଉ ଏତିକି ବେଳେ ବିଷ୍ଣୁପ୍ରିୟା ଓ ବିଜୟ ଲକ୍ଷ୍ମୀ ଙ୍କ ଏଭଳି ଦୁଃଖଦ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନଙ୍କୁ ଅବଗତ କରାଯାଇଥିବା ରୁ କୁକୁଡାଖଣ୍ଡି ବିଡ଼ିଓ ପୋଲ୍ଲବୀ ସ୍ୱାଇଁ ଏନେଇ ବିରଳ ଅସ୍ତ୍ରପ୍ରଚାର ନିମନ୍ତେ ଅନୁଦାନ ରାଜ୍ୟ ସରକାର ଙ୍କ ବି.କେ.କେ.ୱାୟୀ ସଂସ୍ଥାର କତୃପକ୍ଷଙ୍କୁ ଅବଗତ କରିଥିବା କହିଛନ୍ତି ଏବଂ ଅର୍ଥର ଆବଶ୍ୟକ ପାଇଁ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇପାରିବେ ବୋଲି କହିଛନ୍ତି l ଯଦି ପ୍ରଶାସନ ଜରିଆରେ ସାହାଯ୍ୟ, ସହାନୁଭୂତି ଓ ସହଯୋଗରେ ହାତ ବଢାଇବେ ହେଲେ ଡାକ୍ଟରଙ୍କ ଅସ୍ତ୍ରପଚାର ହେଲେ ବିଷ୍ଣୁପ୍ରିୟା ଓ ବିଜୟଲକ୍ଷ୍ମୀଙ୍କ ରୋଗ ଗ୍ରସ୍ତରୁ ବିଜୟୀ ସୁନିଶ୍ଚିତ ଉଭୟ ଆରୋଗ୍ୟ ଲାଭ କରିବା ସହିତ ତାର ଏକ ନୂଆ ଭବିଷ୍ୟତ ଗଢି ପାରିବ।