ବ୍ରହ୍ମପୁର ମହୁଡ଼ା ଗ୍ରାମରେ ହୋଇଥିବା ଡବଲ୍ ମର୍ଡ଼ର୍ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

50
ADVERTISEMENT

ବ୍ରହ୍ମପୁର,୧୫/୭(ଇ ରଞ୍ଜନ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମରେ ହୋଇଥିବା ଡବଲ୍ ମର୍ଡ଼ର୍ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମହୁଡ଼ା ଗ୍ରାମର ପୂର୍ବତନ ସରପଞ୍ଚ ସଂଜୟ ସାହୁ, ଅପୂର୍ବ ବସ୍ତିଆ, ପବିତ୍ର ନାହାକ ଓରଫ୍ ବୁଢ଼ା। ଏବଂ ଅଭିଯୁକ୍ତଙ୍କ ନିକଟରୁ ଏକ ଠେଙ୍ଗା, ରକ୍ତ ଲାଗିଥିବା ପଥର ଓ ୩ଟି ମୋବାଇଲ୍ ଜବତ କରାଯାଇଛି।

Advertisement