ପୋଲସରା,୧୩/୭(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଂଚଳରେ ସ୍ଥାନୀୟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଡେପୁଟି ମ୍ୟାନେଜର୍ ସୁଧାଂଶୁ ଶୁଭଙ୍କର ଦାଶଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପାରିପାର୍ଶ୍ବିକ ସ୍ଥିତିରୁ ସୁଧାଂଶୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କ ପରିବାର ପକ୍ଷରୁ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏବଂ ପୋଲିସ ସୁଧାଂଶୁଙ୍କ ୨ଟି ମୋବାଇଲ୍ ଓ ଗୋଟିଏ ହାତଲେଖା ଡାଇରିକୁ ଜବତ କରିବା ସହ ଛାନଭିନ୍ ଜାରି ରଖିଛି ।