ପୋଲସରା,୧୩/୭(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୋଲସରାରେ ସଂପର୍କୀୟଙ୍କ ଗୁଳିମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତି l ମୃତକ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମର ବିଜୟ କୁମାର ବେହେରା ହୋଇଥିବାବେଳେ ଅଭିଯୁକ୍ତ ପ୍ରଶାନ୍ତ ବେହେରାକୁ ପୁଲିସ ଗିରଫ କରିଛି । ଏବଂ ପୁଲିସ ଘଟଣାସ୍ଥଳରେ ଝିଅ ଓ ଅନ୍ୟମାନଙ୍କ ବୟାନ୍ ରେକର୍ଡ଼ କରିବା ସହ ଏହା ପଛରେ ଜମିଜମା ବିବାଦ ଅଛି ବୋଲି ଅନୁମାନ କରୁଛି।