କୋଦଳା,o୬/୭(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତିରିଡା ଗ୍ରାମ ନିକଟ ଜଙ୍ଗଲରେ ଜୁଆଖେଳ ଚାଲୁଥିବା ଖବର ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜାଣିବା ପରେ ସେ ବେଗୁନିଆପଡା ଥାନା ଦା୍ୟୁତ୍ୱରେ ଥିବା କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କୁ ନିର୍ଦେଶ ଦେଇ ଥିଲେ ! ଶ୍ରୀ ସାହୁ ବେଗୁନିଆପଡା ପୋଲିସଙ୍କୁ ଧରି ଉକ୍ତ ସ୍ଥାନ ରେ ଚଢ଼ାଉ କରିଥିଲେ ! ସେଠାରୁ ଛଅ ଜଣ ଯୁଆଡ଼ି ଙ୍କୁ ଗିରଫ କରିବା ସହ ୧୩ଗୋଟି ମୋଟର ସାଇକେଲ, ୬ଟି ମୋବାଇଲ, ନଗଦ ୫୨ ହଜାର ୬ ସହ ଟଙ୍କା, ୪ ଟି ତାସ ମୁଠା ଓ ଦୁଇଟି ପାଲ ଜବତ କରିବାରେ ସକ୍ଷମ ହୋଈ ଥିଲେ ! ବେଗୁନିଆପଡା ଥାନା କେଶ ନମ୍ବର ୨୫୮ରେ ମାମଲା ରୁଜୁ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି !