ଭୁବନେଶ୍ବର,o୫/୭(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର ରାଜଧାନୀରେ ପୁଣି ଛାତ୍ର ଅଶାନ୍ତି । ଭିନ୍ନ ଭିନ୍ନ କାରଣକୁ କେନ୍ଦ୍ର କରି ଦୁଇ ପ୍ରମୁଖ କଲେଜ ବିଜେବି ଓ ମହର୍ଷିରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାରପିଟ ଓ ହଣାକଟା । ଏଥିରେ ମହର୍ଷି କଲେଜର ଜଣେ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରକୁ ବିପକ୍ଷ ଗୋଷ୍ଠୀର ଜଣେ ଯୁବକ ଓ ତା’ ସହଯୋଗୀମାନେ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଥିବା ସୂଚନା ।