ମୁକ୍ତା ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର l

94
ADVERTISEMENT

କୋଦଳା,୦୪/୭(ସୂର୍ଯ୍ୟ ନାରାୟଣ ବୁଡୁ):- କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସରରେ ମୁକ୍ତା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି lୱାର୍ଡ ଅଫିସ ପରିଚାଳନା କମିଟି, ୱାର୍ଡ ସଂଯୋଜିକା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ନିମନ୍ତେ ଏହି ପ୍ରଶିକ୍ଷ୍ୟଣ ଶିବିର ଆୟୋଜିତ ହୋଇଥିଲା l ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଅନୁଷ୍ଠାନିକ ଭାବେ ଉଦଘାଟନ କରି ନବୀନ ବାବୁଙ୍କ ମା ମାନଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କୁ ରୋଜଗାର କ୍ଷମ ଓ ସ୍ୱାବଲମ୍ବୀ କରିବା ପାଇଁ ଯେଉଁ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି “ମୁକ୍ତା” ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା l ଏହି ଯୋଜନାରେ ମହିଳା ମାନେ ବହୁ ବିକାଶ କାର୍ଯ୍ୟ କରି ଲାଭବାନ ହୋଇଛନ୍ତି l ଗତ ୨୭/୬/୨୩ ରେ ୫ଟି ସଚିବଙ୍କୁ କୋଦଳା ଏନଏସି ର ବିକାଶ ପାଇଁ ମାନନୀୟା ବିଧାୟିକା ମୁକ୍ତା ପ୍ରକଳ୍ପ ପାଇଁ ୨କୋଟି ୪୬ ଲକ୍ଷ୍ୟର ଉନ୍ନୟନ କାର୍ଯ୍ୟ ନିମନ୍ତେ ପ୍ରସ୍ତାବ ଦେଇଥିଲେ ବର୍ତ୍ତମାନ ତାହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ହୋଇ ଆସିଯାଇଥିବାରୁ, ଏହାର କାର୍ଯ୍ୟକ୍ଷମ ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା l ଏହି ଶିବିର ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଏମଏମ ପ୍ରସନ୍ନ ମହାରଣା, ଓ ପବିତ୍ର କୁମାର ନାୟକ ଯୋଗଦେଇ ସରକାରଙ୍କ ମୁକ୍ତା ଯୋଜନାର ସୁପରିଚାଳନା ନିମନ୍ତେ ପ୍ରଶିକ୍ଷଣ ଦେଇଥିଲେ l ଏନଏସି ଗୋଷ୍ଠୀ ସଂଯୋଜକ ଲକ୍ଷ୍ମୀ ପାତ୍ର ଓ ସିଏମଏମଓ ଶ୍ରଦ୍ଧା ନାୟକ, ମୁକ୍ତା ଜେ.ଇ ଆଶିଷ କୁମାର ପ୍ରଧାନ, ପ୍ରକଳ୍ପ ସଂଯୋଜକ ଶ୍ରବଣ କୁମାର ଚାନ୍ଦ,ଏକାଉଣ୍ଟଟେଣ୍ଟ ଖେଡୁଆଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ !

Advertisement