ନୂଆଦିଲ୍ଲୀ,o୮/୬(ଡି.ଏଚ ବ୍ୟୁରୋ):-ବାତ୍ୟା ‘ବିପର୍ଯ୍ୟୟ’ ଘନୀଭୂତ ହୋଇ ଏକ ବିରାଟ ଝଡ଼ର ରୂପ ନେଇଛି l ଏବଂ ଆସନ୍ତା ୩ ଦିନ ଭିତରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଏହା ଘଣ୍ଟା ପ୍ରତି ୧୬୦ କିମି ବେଗରେ ପ୍ରବାହିତ ହେବାର ସମ୍ଭାବନା ରହିଛି । ଫଳରେ ଭାରତର ଦକ୍ଷିଣପଶ୍ଚିମ ରାଜ୍ୟଗୁଡ଼ିକର ସଂଲଗ୍ନ ସମୁଦ୍ର ଅଶାନ୍ତ ରହିବା ନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି। ଏବଂ ଜୁନ ୮ସଂଧ୍ୟା ସୁଦ୍ଧା ସ୍ଥଳବିଶେଷରେ ୧୪୦ କିମି ବେଗରେ ପବନ ବହିବା ସହ କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ।