ପୁରୀ,o୫/୬(ଡି.ଏଚ ବ୍ୟୁରୋ):-ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେଇଛନ୍ତି। ଫଳରେ ଭକ୍ତ ମହାବାହୁଙ୍କ ଏହି ଦୁର୍ଲ୍ଲଭ ବେଶ ମନ ଭରି ଦର୍ଶନ କରି ଭାବବିହ୍ବଳ ହୋଇପଡିଛନ୍ତି । ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ସୁଅ ଛୁଟିଥିବାବେଳେ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପୁରୀ ବଡ଼ଦାଣ୍ଡ ।