କୁକୁଡାଖଣ୍ଡି,୩୦/୫(ଇ ରଞ୍ଜନ):-ବ୍ରହ୍ମପୁର ସହର ଉପକଣ୍ଠ ଲୋଚପଡ଼ା ଶିବ ମନ୍ଦିର ପରିସରରେ ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀର ନିମଖଣ୍ଡି ମଣ୍ଡଳ ସ୍ତରୀୟ ଏକ ଆଲୋଚନା ଚକ୍ର ଜିଲ୍ଲା ସଭାପତି ବିଭୁତି ଜେନାଙ୍କ ନେତୃତ୍ ରେ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ନିମଖଣ୍ଡି ମଣ୍ଡଳ ସଭାପତି ଚଣ୍ଡୀଚରଣ ସାହୁ ତାଙ୍କ ମଣ୍ଡଳ ଅନ୍ତର୍ଗତ ଲୋଚପଡ଼ା, ଗୁରୁଣ୍ଠି, ହୁଗୁଳାପଟ୍ଟା, ବୋରିଗାଁ, ସମେତ ବହୁ ଗ୍ରାମର କର୍ମୀ ଓ ନେତାଙ୍କୁ ସଂଘଠିତ କରି ଆଗାମୀ ଦିନରେ ନିର୍ବାଚନ ଦୃଷ୍ଟିକୁ ଲକ୍ଷ ରଖି କେନ୍ଦ୍ରରେ ନେତୃତ୍ୱlଧିନ ମୋଦି ସରକାରଙ୍କ ୯ ବର୍ଷ ପୂରଣର ସଫଳତା ବିଷୟରେ ଆଲୋକପାତ କରିବା ସହ ଆଗାମୀ ଦିନରେ ମଣ୍ଡଳ ସ୍ତରରେ ଏବଂ ବୁଥ ସ୍ତରରେ କିପରି ଦଳକୁ ମଜବୁତ କରାଯାଇପାରିବ । ଏହି ସମ୍ବନ୍ଧରେ ଜିଲ୍ଲା ଓ ମଣ୍ଡଳ ସଭାପତି ନିଜ ଅଭିଭାଷଣରେ ସମସ୍ତ ଦଳୀୟ କର୍ମୀଙ୍କୁ ସଚେତନତା କରାଇବା ସହ ଦଳ ତୃଣସ୍ତରରେ ଦଳକୁ କିପରି ମଜବୁତ କରାଯାଇପାରିବ ଏ ନେଇ ଏକ କର୍ମୀ ମାନଙ୍କ ମଧ୍ୟରେ ଶିହରଣ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଭାରି ରାଜେଶ ସାହୁ ,ଗୋଳନ୍ତରା ମଣ୍ଡଳ ସଭାପତି ସନତ ନାହାକ ,ସୁନୀଲ ପାତ୍ର , ପୂର୍ବତନ ମଣ୍ଡଳ ସଭାପତି ଶିବ ପ୍ରସାଦ ପାତ୍ର,ସୂର୍ଯ୍ୟ ପାତ୍ର , କୃଷ୍ଣ ଚନ୍ଦ୍ର ସାହୁ, ଚନ୍ଦ୍ରଶେଖର ଦାସ ଗଣେଶ ବେହେରା, ସନ୍ତୋଷ ସାହୁ ଏବଂ ହରିହର ନାୟକଙ୍କ ସମେତ ବହୁ ନେତା ଓ ବଜେପିର ଦଳୀୟ କର୍ମୀ ଉପସ୍ଥିତ ଥିଲେ।