ବ୍ରହ୍ମପୁର,୧୮/୫(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ୍ ଜାଲରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ସିଭିଲ୍ ସପ୍ଲାଏ ଅଫିସର ସଞ୍ଜୟ କୁମାର ସାହୁ l ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର,ଖୋର୍ଦ୍ଧା, ଗଞ୍ଜାମ ଏବଂ ମୟୂରଭଂଜ ଜିଲ୍ଲା ରରୁଆଁ ଥାନା ପଣ୍ଡାରସିଲାସ୍ଥିତ ତାଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଟିମ ଚଢ଼ଉ ଜାରି କରିଛି।