ବାଲାଜୀ ପଲ୍ଲୀ ହନୁମାନ ବିଗ୍ରହ ପ୍ରତିଷ୍ଠାରେ ଯୋଗଦେଇ ଭଙ୍ଗାଘରେ ବାସ କରୁଥିବା ଲୋକଙ୍କ ଦୁଃଖ ବୁଝିଲେ ପ୍ରଦୀପ l

85
ADVERTISEMENT

କୁକୁଡାଖଣ୍ଡି,୧୬/୫(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ହୁଗୁଳାପଟ୍ଟା ବାଲାଜୀପଲ୍ଲୀ ଗ୍ରାମରେ ଅନୁଷ୍ଠିତ ହନୁମାନ ବିଗ୍ରହ ପ୍ରତିଷ୍ଠାରେ ଯୋଗଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ l ଗ୍ରସ୍ତ ସମୟରେ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ l ଉକ୍ତ ଗ୍ରାମ ରେ ୨0୧୮ ମସିହା ଠାରୁ ଘର ପଡି ନଷ୍ଟ ହୋଇଥିବା ୧0ଘର ଲୋକଙ୍କୁ କାହିଁକି ଆବାସ ଯୋଜନାରେ ବର୍ତ୍ତୀଛନ୍ତି କହି ରାଜ୍ୟ ସରକାର ଏବଂ ବ୍ଲକ ପ୍ରଶାସନକୁ ନିନ୍ଦା କରିଥିଲେ ପ୍ରଦୀପ l ଘର ପୋଡିଯାଇଥିବା ଲୋକଙ୍କୁ ଘର ନଯୋଗାଇଲେ ଆଗାମୀ ଦିନ ରେ ଗ୍ରାମବାସିଙ୍କୁ ନେଇ ବ୍ଲକ ଆଗରେ ଧାରଣା ଦେବା ସହ ସେମାନଙ୍କ ଘର ନିଜସ୍ୱ ଟଙ୍କାରେ ତଳି ଦେବାକୁ ପ୍ରତିଶୃତି ଦେଇଥିଲେ l ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ନିଜେ ଦାୟିତ୍ୱ ନେଇଥିବା ବେଳେ ଏହି ଅଞ୍ଚଳର ଲୋକଙ୍କ ସମସ୍ୟା କେବେ ଦୂର କରିବେ ବୋଲି କହିଥିଲେ l ୧0 ଟି ଘରପୋଡି ହୋଇ ୫ ବର୍ଷ ହୋଇଥିବା ବେଳେ ନିକଟସ୍ଥ ସରପଞ୍ଚ, ଆର. ଆଇ ଙ୍କ ଭୂମିକା କୁ ନେଇ ପ୍ରଶ୍ନ କରିଥିଲେ l ଏହି ଗ୍ରସ୍ତ ସମୟରେ ଟୁନା ସାହୁ, ପ୍ରଦୀପ ସେନା ସଭାପତି ଏନ ଗଙ୍ଗାଧର ପାତ୍ର, ବାଲ୍ୟରାମ ଦଳାଇ, ପ୍ରତାପ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ମୁରଲୀ ସ୍ବାଇଁ, ଯୁବ ନେତା ଆର. କୁଞ୍ଜବିହାରୀ, ସେଦାମ ସ୍ୱାଇଁ, କେଦାରନାଥ ସ୍ୱାଇଁ, ଏମ. ପର୍ଶୁରାମ, କେଶବ ବେହେରା, ଶେଷଦେବ ନାୟକ, ସୂର୍ଯ୍ୟ ନାରାୟଣ ପାତ୍ର, ଭୀମ ପାତ୍ର, କେ. କ୍ରିଷ୍ଣା ପାତ୍ର, ବୁଦ୍ଧିଆ ପାତ୍ର, କାମେୟା ପାତ୍ର,ଶିବରାମ ସାହୁ, କହେଁୟା ଲାଲ ସାବତ, ବଳିଆ ଗୌଡ଼, ମନୋଜ କୁମାର ସାହୁ, ଟୁକୁନା ସାହୁ, ଗୋବର୍ଧନ ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ସିମାଞ୍ଚଳ ସାହୁ ଓ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l

Advertisement