କୁକୁଡାଖଣ୍ଡି,(ଇ ରଞ୍ଜନ):-କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ହରିଜନ କମାପଲ୍ଲୀ ବସ୍ତିର ବାଲ୍ମୀକି ଦାସଙ୍କ ୮ ବର୍ଷର ଶିଶୁ ଶିବ ଦାସଙ୍କର ମୃତ୍ୟୁ l ମିଳିଥିବା ସୂଚନା ମୁତାବକ ଶିଶୁ ଜଣକ ରବିବାର ଦିନ ମାଛ ଧରିବା ଯାଇ ଘରକୁ ଫେରି ସାହିରେ ଥିବା ଜେଜେ ମା ପାଖରେ ଥିଲେ l ପରିବାର ଲୋକଙ୍କ ଅଜାଣତରେ କୌଣସି କାରଣରୁ ଘର ଛାତ ଉପରକୁ ଯାଇ ଆଉ ଫେରିନଥିଲେ l ଘର ଲୋକେ ନିଜ କର୍ମରୁ ଆସି ବହୁ ଖଜାଖୋଜି କରିଥିଲି କିନ୍ତୁ ପୁଅ ଶିବକୁ ପାଇନଥିଲେ l ପରେ ଛାତ ଉପରକୁ ଯାଇଦେଖିବାବେଳେ ଶିଶୁ ଜଣକ ଅଚେତ ଅବସ୍ଥାରେ ଥିବାବେଳେ ତାକୁ ମେଡିକାଲ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୂର୍ତ ଘୋଷଣା କରିଥିଲେ l ତାଙ୍କ ଘର ଲୋକଙ୍କୁ ପଚାରିବୁଝିବରୁ ତାଙ୍କର କୌଣସି କାହାରି ସାଙ୍ଗରେ ଶତ୍ରୁତା ନଥିବା କହିଛନ୍ତି l ଅନ୍ୟ ପକ୍ଷରେ ଦିନର ଅସହ୍ୟ ଖରା ଯୋଗୁଁ କୌଣସି କାରଣରୁ ଶିଶୁର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ନେଇ ସନ୍ଧେହ ଜାତ ହୋଇଥିବା ଜଣାପଡିଛି l ଏନେଇ ପରିବାର ଲୋକ ନିମଖଣ୍ଡି ଥାନାରେ ଅଭିଯୋଗ ପରେ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ତଦନ୍ତ ଚଳାଇବା ସହ ମୃତଦେହ ବ୍ୟବଛେଦ ପରେ ହିଁ ମୃତ୍ୟୁର କାରଣ ସ୍ୱଷ୍ଟ ଜଣାପଡିବ ବୋଲି ଜଣାପଡିଛି l