କର୍ଣ୍ଣାଟକ,୧୪/୫(ଡି.ଏଚ ବ୍ୟୁରୋ):-କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ମାରିଛି ବାଜି। ରାଜ୍ୟ ବିଧାନସଭାର ୨୨୪ଟି ଆସନ ମଧ୍ୟରୁ କଂଗ୍ରେସ ୧୩୬ଟି ଆସନ ହାସଲ କରିଥିବା ବେଳେ ଜେଡିଏସ୍ ୧୯ଟି ଓ ଶାସକ ବିଜେପିକୁ ମିଳିଛି ମାତ୍ର ୬୫ଟି ଆସନ। ଫଳରେ କ୍ଷମତାସୀନ ବିଜେପିକୁ ହରାଇ ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ।