କେରଳ,୦୮/୫(ଡି.ଏଚ ବ୍ୟୁରୋ):-କେରଳର ମଲପ୍ପୁରମ୍ ଅନ୍ତର୍ଗତ ତୁବାଲତିରମ୍ ବେଳାଭୂମି ନିକଟରେ ବୁଡ଼ିଗଲା ଟୁରିଷ୍ଟ ହାଉସ ବୋଟ l ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହାଉସବୋଟ ଟି ବୁଡ଼ିଯିବା ଫଳରେ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି l ଏବଂ ମୃତ ପର୍ଯ୍ୟଟକଙ୍କ ମଧ୍ୟରେ ୭ଜଣ ପିଲା ଥିବାବେଳେ ବର୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।