ମୋହନା,୨୯/୧୨(ମୋହନ ଗୌଡ଼):-ଗଜପତି ଜିଲ୍ଲାକୁ ସରସ ସୁନ୍ଦର କରି ଗଢି ତୋଳିବା ସହିତ ବିକାଶର ଦ୍ଵାର ଦେଶରେ ପହଞ୍ଚାଇବାକୁ ସର୍ବଦା ଚେଷ୍ଟିତ ଜିଲ୍ଳାପାଳ ଲିଙ୍ଗରାଜ ପଣ୍ଡା ହଠାତ ଜନହିତକର ପ୍ରକଳ୍ନ ଗୁଡିକୁ ଅନୁଧ୍ଯ।ନ କରିବା ପାଇଁ ଦିନିକିଆ ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଗ୍ରସ୍ତ କରିଥିଲେ।ସେ ପ୍ରଥମେ ଧାଡିଆମ୍ବ ପଞ୍ଚାୟତ ଅଧିନ ଡାହାଣୀ ନାଳର ପୁନରୁଦ୍ଧାର, ମରାମତି, ସୌନ୍ଧର୍ଯୀକରଣ ଓ ଜଳ ନିଷ୍କାସନ ଉପରେ ଗୁରୁତ୍ଵ ଦେଇ ଏହାର ବିକାଶ କରି ଚାଷୀ ମାନଙ୍କୁ କେନାଲ ମାଧ୍ଯମରେ ଜଳଯୋଗାଇବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ୫-ଟି ମାଧ୍ଯମରେ ଯୋଡାଆମ୍ବ ବିଦ୍ୟାଳୟର ରୂପାନ୍ତିକରଣ କୋଠାକୁ ବୁଲି ଦେଖୁବା ସହିତ ଉନ୍ନତମାନର କାମ କରିବା ସହ ଠିକ ଭାବେ ତଦାରଖ କରିବା ପାଇଁ ଅଧିକାରୀଙ୍କୁ କହିଥିଲେ। ବିଭିନ୍ନ ସମୟରେ ସମାଜ ଖବର କାଗଜରେ ପ୍ରକାଶିତ ହୋଇ ଆସିଥିବା ମୋହନା ବ୍ଳକ ଓ ନୂଆଁଗଡ ବ୍ଳକର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଦୁଃଖ ସାଜିଥିବା ଚୁଡଙ୍ଗ ପୁର ପଞ୍ଚାୟତ ଅନ୍ତର୍ଗତ ଝରଣପୁର ଗ୍ରାମ ନିକଟ ଲୁଦୁପଙ୍କା ନାଳ ଉପରେ ନିର୍ମିତ ବ୍ରିଜକୁ ଜିଲ୍ଲାପାଳ ବୁଲି ଦେଖିଥିଲେ। ଅଞ୍ଚଳବାସୀଙ୍କ ଦୀର୍ଘବର୍ଷର ଦାବିକୁ ଜିଲ୍ଲାପାଳଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଏହା ପୂରଣ ହୋଇପାରିଥିବାରୁ ଲୋକେ ଜିଲ୍ଲାପାଳଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମରେ ପିଡିଡିଆରଡିଏ ରୋମାଞ୍ଚଳ ଖମାରୀ, ବିଡିଓ ତପସ୍ଵିନୀ ହାଁସଦା,ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ ଶତପଥି, ଏମଆଇ ଏସଡିଓ, କନିଷ୍ଠ ଯନ୍ତ୍ରୀ ସୁକୁମାର ଶତପଥି, ପିଇଓ ବୀଣା ଗମାଙ୍ଗ, ଚୁଡଙ୍ଗପୁର ଓ ଧାଡିଆମ୍ୱ ସରପଞ୍ଚ , ଜନପ୍ରତିନିଧି ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ମୋହନା ବ୍ଲକରେ ଜନକଲ୍ୟାଣକାରୀ ବିଭିନ୍ନ ପ୍ରକଳ୍ପ ହେବାକୁ ଯାଉଥିବା ଜିଲ୍ଲାପାଳ କହିଛନ୍ତି।