ଖଲ୍ଲିକୋଟ,୨୮/୧୨(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର୍ ଜାତୀୟ ରାଜପଥ ବଡ଼ଘାଟିରେ ଭାରସ୍ୟାମ ହରାଇ ଏକ ମାଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଫଳରେ ଟ୍ରକ୍ ତଳେ ଚାପି ହୋଇ ବାପା ପୁଅଙ୍କର ମୃତ୍ୟୁ । ଉଭୟ ବାପାପୁଅ ବାଇକ୍ ଯୋଗେ ଯାଉଥିବା ବେଳେ ଉକ୍ତ ମାଲ୍ ବୋଝେଇ ଟ୍ରକ୍ଟି ତାଙ୍କ ବାଇକ୍ ଉପରେ ଓଲଟି ପଡ଼ିଥିଲା। ମୃତକ ବାପା ପୁଅ ହେଲେ ପୁରୁଷୋତ୍ତମପୁର ବ୍ଲକ୍ ସମା ବଜରଙ୍ଗସାହିର ବାବୁଲା ପ୍ରଧାନ(୪୫) ଓ ତାଙ୍କ ପୁଅ ରାକେଶ ପ୍ରଧାନ(୨୦)।