ବାପା ମା’ ଛେଉଣ୍ଡ ଦୁଇ ଭାଇଙ୍କୁ ସାହାଯ୍ୟର ହାତ ବଢ଼ାଇଲା ପ୍ରଶାସନ।

51
ADVERTISEMENT

ମୋହନା,୧୮/୧୨(ମୋହନ ଗୌଡ଼):-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଂଚାୟତ ନିକଟସ୍ଥ ନିଜାପୁର ଗ୍ରାମର ଦୁଇ ଭାଇ ସ୍ଵାଧୀନ (୧୪)ଓ ଶ୍ଵାନଙ୍କ (୭) ଭାଗ୍ୟ ବଦଳିବ । ଏକ ଭଙ୍ଗା ଦଦରା ଘରେ ରହୁଥିଲେ ୨ଭାଇ । ଏପରିକି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଦଦରା ଘରେ ବଞ୍ଚିବା ଦୁଇଭାଇ ପାଇଁ ଥିଲା କଷ୍ଟକର। ତିନି ବର୍ଷ ତଳେ ମା ରେବତୀ ଓ ବର୍ଷେ ପରେ ବାପାଙ୍କର ମୃତ୍ୟୁ ହେବାପରେ ଅସହାୟ ହୋଇପଡ଼ିଥିଲେ ଦୁଇ ଭାଇl ସେମାନଙ୍କର ଦୟନୀୟ ଅବସ୍ଥା ଦେଖି ଦାଦା ଅଜୟ ମଳିକ ପୁତୁରା ଦୁହିଁଙ୍କୁ ପାଖରେ ରଖି ଦୁଖକଷ୍ଟରେ ପାଳିପୋଷି ରଖିଥିଲେ l ହେଲେ ଏତିକିରେ ସେମାନଙ୍କ ଦୁଃଖ ସରିଲାନି। ଅଳ୍ପ ଦିନ ତଳେ ଅଜୟଙ୍କ ମଧ୍ୟ ମୃତ୍ୟୁ ଘଟିଲା । ଦୁଇ ଭାଇ ସମ୍ପୂର୍ଣ ଅସହାୟ ହୋଇ ପଡ଼ିଲେ l ଆହା ପଦେ କହିବାକୁ କେହି ବି ନାହାନ୍ତି। ଅସହାୟ ଦୁଇ ଭାଇଙ୍କ ଅବସ୍ଥା ଦେଖି ଗଣମାଧ୍ଯମ ଗଜପତି ଜିଲ୍ଲାପାଳଙ୍କ ନଜରକୁ ଏହି ଖବର ଆଣିବା ପରେ କିଛି ଦିନ ମଧ୍ୟରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ପଣ୍ଡା ଏହି ଦୁଇ ଶିଶୁଙ୍କ ଦାୟିତ୍ୱ ନେବା ସହ ସେମାନଙ୍କ ପାଠ ପଢା ଓ ରହିବା ଲାଗି ସମସ୍ତ ବ୍ୟବସ୍ଥା କରିଛନ୍ତି l ସାନ ଭାଇ ସ୍ୱାନଙ୍କୁ ମୋହନା ବ୍ଲକ ଅନ୍ତର୍ଗତ ଜରଉରେ ଥିବା ଚାଇଲଡ କେର ସେଣ୍ଟର ଡେ ଷ୍ଟାର ହୋମରେ ଛାଡିଥିବା ବେଳେ ବଡ଼ ଭାଇ ସ୍ୱାଧୀନ ଯିବାକୁ ରାଜି ହେଉନଥିବାରୁ ତାକୁ କାଉଁସେଲିଙ୍ଗ କରି ଯଥାଶୀଘ୍ର ଆଣିବା ପାଇଁ ସମସ୍ତ ବ୍ଯବସ୍ଥା କରାଯାଉଥିବା ଡିସିପିଓ କହିଛନ୍ତି।

Advertisement