ବିସିପୁର,୧୪/୧୨(ଡି.ଏଚ ବ୍ୟୁରୋ):-ଶିମିଳିପାଳ ଉଦଳା ରେଞ୍ଜର ବିସିପୁର ଅଞ୍ଚଳରେ ଏସଟିଏଫ ଟିମ୍ ର ଚଢାଉ ବେଳେ ବାଘ ଚମଡା ଜବତ୍ ସହ ଜଣ ଗିରଫ । ଏଥିସହ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଉକ୍ତ ବାଘ ଚମଡାକୁ କିଣିବା ପାଇଁ ୫ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା । ଏବଂ ଗିରଫ ହୋଇଥିବା ଯୁବକ ଜଣକ ହେଲେ ଉଦଳା ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ଫାଗୁ ହାଁସଦା ।