ବ୍ରହ୍ମପୁର,୨୩/୧୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀ। ସେ କୋଦଳା ତହସିଲ ଅନ୍ତର୍ଗତ ବି ନୂଆଗାଁର ଦଣ୍ଡପାଣି ସାହୁଙ୍କ ଠାରୁ ଘରବାଡ଼ି ପଟ୍ଟା କରାଇବାକୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ।