ପୁରୁଷୋତ୍ତମପୁର,୨୦/୧୧(ସୁଦାମ ମହାରଣା):-ନୂତନ ପେନସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବି ପୂରଣ ପାଇଁ ରାଜ୍ୟ ମିଳିତ ଶିକ୍ଷକ ମହାସଂଘ ଆସନ୍ତା ୨୭ତାରିଖରୁ ବିଧାନସଭା ଆଗରେ ଆନ୍ଦୋଳନ ଡାକରା ଦେଇଛି । ଏହି ପ୍ରରିପ୍ରେକ୍ଷୀରେ ଆଜି ରାଜ୍ୟର ସମସ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କୁ ନୂତନ ପେନସନ୍ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଳା ପୁରୁଷୋତ୍ତମପୁର ବ୍ଳକ୍ ରେ ମଧ୍ୟ ୧୨୬ ସ୍କୁଲ ର ୬୦୦ ରୁ ଊର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ଶିକ୍ଷକ ମହାସଂଘ ଗଞ୍ଜାମ ଜିଲ୍ଲାର ଉପସଭାପତି ପି.ଧର୍ମରାଜରେଡି ଙ୍କ ନେତୃତ୍ୱରେ ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମହାସମାବେଶ କରି ତିନି ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଏବିଇଓ ବୀର ବେହେରାଙ୍କୁ ପ୍ରଦାନ କରିଛନ୍ତି ।
ଏହି ସ୍ମାରକପତ୍ର ପତ୍ରରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଠିକା ନିଯୁକ୍ତି ଉଚ୍ଛେଦ ସହ ଛଅ ବର୍ଷ ଠିକା ସମୟକୁ ମୂଳ ଚାକିରି ସହ ଗଣନା, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ୍ ଯୋଜନା ଲାଗୁ ପାଇଁ ଦାବି ଉଲ୍ଲେଖ ରହିଛି । ଆଜିର କାର୍ଯ୍ୟକ୍ରମକୁ ସଂଘ ସଦସ୍ୟ ଇ.ରମେଶ,ରାଜେଶ୍ବର ଦୋରାଙ୍କ ସମେତ ସଞ୍ଜୟ ମହାପାତ୍ର, କୈଳାସ ସ୍ବାଇଁ, ବାଲ୍ମିକୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।