ବ୍ରହ୍ମପୁର,୧୮/୧୧(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରୀ ରାଗିଙ୍ଗ ଘଟଣାକୁ ନେଇ ଆଜି କଲେଜରୁ ୧୨ ଜଣ ଛାତ୍ର ଛାତ୍ରୀଙ୍କୁ ବହିଷ୍କାର କରାଯିବ । ଏନେଇ କଲେଜ ଅଧ୍ୟକ୍ଷା ସୂଚନା ଦେଇଥିବା ବେଳେ ୧୨ ଜଣଙ୍କ ମଧ୍ୟରୁ ୮ଜଣ ଛାତ୍ର ଓ ୪ ଜଣ ଛାତ୍ରୀ ରହିଛନ୍ତି । ସୋସିଆଲ ମିଡିଆରେ ଛାତ୍ରୀ ରାଗିଙ୍ଗ ଭିଡିଓ ଭାଇରାଲ ହେବାପରେ ନିଆଯାଇଥିଲା ଆକ୍ସନ ।